06 JULY 2026

Welcome!

Unlock your personalized experience.
Sign Up

‘ଆପଣ ଶାହରୁଖଙ୍କୁ ମନା କରିପାରିବେ ନାହିଁ…’ କାହିଁକି ଏଭଳି କହିଲେ ଅରଶଦ ବରସୀ

Jul 05, 2026 - 23:37
‘ଆପଣ ଶାହରୁଖଙ୍କୁ ମନା କରିପାରିବେ ନାହିଁ…’ କାହିଁକି ଏଭଳି କହିଲେ ଅରଶଦ ବରସୀ

ମୁମ୍ବାଇ,୫/୭  :  ଅରଶଦ ବରସୀ ଫିଲ୍ମ ‘ଓ୍ବେଲକମ ଟୁ ଦ ଜଙ୍ଗଲ’ରେ ନଜର ଆସିଛନ୍ତି । ଏହାପରେ ବି ଏହି ବର୍ଷ ତାଙ୍କର କେତେକ ଫିଲ୍ମ ଆସିବାରେ ଅଛି । ଯେଉଁଥିରେ ଶାହରୁଖ ଖାନଙ୍କ ‘କିଙ୍ଗ’ବି ସାମିଲ ରହିଛି । ଏବେ ଅଭିନେତା ଅରଶଦ ବରସୀ ନିକଟରେ ଏକ ସାକ୍ଷାତକାରରେ ନିଜର ଏବଂ ଶାହରୁଖଙ୍କ ସମ୍ପର୍କକୁ ନେଇ କଥା ହୋଇଛନ୍ତି । ଅଭିନେତା ଏହା ବି କହିଛନ୍ତି କି ଯେତେବେଳେ ତାଙ୍କୁ ଆର୍ୟନ ଖାନ ନିଜ ଓ୍ବେବ ସିରିଜରେ କାମ କରିବା ଲାଗି ଅଫର ଦେଇଥିଲେ ଏବଂ ସ୍କ୍ରିଫ୍ଟ ଶୁଣାଇଥିଲେ ତ ତାଙ୍କର ପ୍ରଥମ ରିଆକ୍ସନ କ’ଣ ଥିଲା ।

ଆର୍ୟନ ଖାନ ସିରିଜ ’ଦ ବ୍ୟାଡ୍ସ ଅଫ ବଲିଉଡ଼’ରେ ନିଜ ନିର୍ଦ୍ଦେଶନା ଡେବ୍ୟୁ କରିଥିଲେ ଏବଂ ଏଥିରେ ଅରଶଦ ବରସୀ ‘ଗଫୁର ଇସ୍ମାଇଲ’ ନାମକ ଏକ ଅଣ୍ଡରଓ୍ବାର୍ଲ୍ଡ ଡନଙ୍କ ଚରିତ୍ର ପ୍ଲେ କରିଥିଲେ । ଏଥିରେ ଅରଶଦ ଛୋଟ ଚରିତ୍ରରେ ଦେଖାଯାଇଥିଲେ । କିନ୍ତୁ ଏଥିରେ ତାଙ୍କର ଭିନ୍ନ ଚରିତ୍ରକୁ ବହୁ ପସନ୍ଦ କରାଯାଇଥିଲା ଏବଂ ଏହା ଖୁବ୍ ଭାଇରାଲ ବି ହୋଇଥିଲା । ମାତ୍ର ଆସନ୍ତୁ ଜାଣିବା ନିଜର ଏବଂ ଶାହରୁଖ ଖାନଙ୍କ ସମ୍ପର୍କ ଉପରେ କ’ଣ କହିଛନ୍ତି ଅରଶଦ ବରସୀ । ଅଭିନେତା ଅରଶଦ ବରସୀ ଏକ ସାକ୍ଷାତକାରରେ ନିଜର ଏବଂ ଶାହରୁଖ ଖାନଙ୍କ ସମ୍ପର୍କକୁ ନେଇ ଏହି କଥା କହିଛନ୍ତି କି ଆପଣ ଶାହରୁଖ ଖାନଙ୍କୁ ମନା କରିପାରିବେ ନାହିଁ ଏବଂ ଏଥିଲାଗି ସେ ଆର୍ୟନ ଖାନଙ୍କ କଲ୍ ଆସିବା ପରେ ଓ୍ବେବ ସିରିଜ ‘ବ୍ୟାଡ୍ସ ଅଫ ବଲିଉଡ଼’ର କାହାଣୀ ଶୁଣିବା ବିନା ହିଁ ହଁ କରି ଦେଇଥିଲି । ତାଙ୍କ କଥାରେ ଜଣାପଡ଼େ କି ଶାହରୁଖ ଖାନ ଏବଂ ଅରଶଦ ବରସୀଙ୍କ ମଧ୍ୟରେ ପ୍ରାୟ ଫ୍ୟାମିଲି ଭଳି ସମ୍ପର୍କ ଅଟେ ।

ସାକ୍ଷାତକାରରେ କଥା ହେବା ସମୟରେ ଯେତେବେଳେ ଅରଶଦ ବରସୀଙ୍କ ଅପକମିଂ ପ୍ରୋଜେକ୍ଟର କଥା ହୋଇଥିଲେ ତ କିଙ୍ଗ୍ ମୁଭିର କଥା ବି ହୋଇଥିଲେ । ଏହାପରେ ଅରଶଦ ବରସୀ ଶାହରୁଖ ଏବଂ ତାଙ୍କ ଟିମ୍ ସାଙ୍ଗରେ କାମ କରିବାର ପ୍ରଶ୍ନରେ କହିଥିଲେ କି, ଆପଣ ଶାହରୁଖଙ୍କୁ ମନା କରିପାରିବେ ନାହିଁ, ଏପରିକି ଏଥିଲାଗି ଯେତେବେଳେ ଆର୍ୟନ ଖାନ ମୋତେ କଲ୍ କରିଥିଲେ ତ ମୁଁ କହିଥିଲି କି ତୁ​‌ମେ ଖାଲି କୁହ ମୋତେ କ’ଣ କରିବାକୁ ଚାହୁଁଛ, ସେ କାହାଣୀ ଶୁଣାଉଥିଲେ ମୁଁ କହିଲି, ଆର୍ୟନ ମୋତେ କିଛି ଶୁଣିବା ଦରକାର ନାହିଁ, ତୁମକୁ ଯାହା ମୋତେ କରିବାରେ ଅଛି କର, କାରଣ ମୁଁ ତୁମ ବାପାଙ୍କୁ ଭଲପାଏ, ତୁମକୁ ଭଲପାଇଥାଏ ଏବଂ ତୁମ ପରିବାରକୁ ଭଲପାଇଥାଏ ।

ଆହୁରି ପଢନ୍ତୁ : ଜି.ଡି.ନାଇଡୁ ବାୟୋପିକର ଟ୍ରେଲର ରିଲିଜ୍, ଦମଦାର୍ ଲୁକରେ ନଜର ଆସିଲେ ଆର ମାଧବନ