‘ଆଜ୍ କି ରାତ୍’ ଆଇଟମ୍ ଗୀତର କୋରିଓଗ୍ରାଫରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଜାଣନ୍ତୁ ଏହା ପଛର ବଡ଼ କାହାଣୀ…
ନୂଆଦିଲ୍ଲୀ: ଶନିବାର ଜାତୀୟ ଚଳଚ୍ଚିତ୍ର ପରୁସ୍କାର ଘୋଷଣା ହୋଇଛି । ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିବାବେଳେ ‘ଶ୍ରୀକାନ୍ତ’ ଶ୍ରେଷ୍ଠ ଫିଲ୍ମ ଭାବେ ଘୋଷଣା କରଯାଇଛି । ତେବେ କୋରିଓଗ୍ରାଫର ଭାବେ ପୁରସ୍କାର ଜିତିଛନ୍ତି ବିଜୟ ଗାଙ୍ଗୁଲି । ବେଶ ଭାଇରାଲ ହୋଇଥିବା ଆଇଟମ୍ ଗୀତ ‘ଆଜ୍ କି ରାତ’ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି । ସ୍ତ୍ରୀ-୨ ଫିଲ୍ମର ଏହି ଗୀତଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଲୋକପ୍ରିୟ ଆଇଟମ୍ ଗୀତରେ ସାଉଥ ଫିଲ୍ମ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ନଜର ଆସିଥିଲେ ।
ବିଜୟ ଗାଙ୍ଗୁଲି କିଏ ?
ବିଜୟ ଗାଙ୍ଗୁଲି ହେଉଛନ୍ତି ଜଣେ ପ୍ରତିଭାବାନ କୋରିଓଗ୍ରାଫର । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ଲୋକପ୍ରିୟ ଟିଭି ଧାରାବାହିକ 'ଅନୁପମା'ର ମୁଖ୍ୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ଭାଇ । ଏହି ସଫଳତା ପରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। 'ଆଜ୍ କି ରାତ' ଗୀତଟି ମୁକ୍ତିଲାଭ କରିବା ଦିନଠାରୁ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଗୀତରେ ତମନ୍ନା ଭାଟିଆଙ୍କ ନୃତ୍ୟ ଏବଂ ବିଜୟ ଗାଙ୍ଗୁଲିଙ୍କ ସୁନ୍ଦର କୋରିଓଗ୍ରାଫି ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା ।
ଭାଇଙ୍କ ଏହି ବଡ଼ ସଫଳତାରେ ରୂପାଲି ଗାଙ୍ଗୁଲି ଏବଂ ତାଙ୍କ ପରିବାର ବେଶ୍ ଗର୍ବିତ। ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ବିଜୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିବା ଯେକୌଣସି କଳାକାରଙ୍କ ପାଇଁ ଏକ ବଡ଼ ସ୍ୱପ୍ନ। ବିଜୟ ଗାଙ୍ଗୁଲି ନିଜର ପରିଶ୍ରମ ବଳରେ ଏହି ମୁକାମ ହାସଲ କରିଛନ୍ତି, ଯାହା ଅନେକ ନୂଆ କଳାକାରଙ୍କୁ ପ୍ରେରଣା ଦେବ।
ଏହାସହ ପଢ଼ନ୍ତୁ : 72st National Films Awards: କାର୍ତ୍ତିକ-ମମୁଟି ଶ୍ରେଷ୍ଠ ଅଭିନେତା, ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ : 'ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।