Welcome!

Unlock your personalized experience.
Sign Up

 ଆଜି ପୁଣି ଖୋଲିବ ହୀରାକୁଦ ଗେଟ୍, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର

Jul 19, 2026 - 08:40
 ଆଜି ପୁଣି ଖୋଲିବ ହୀରାକୁଦ ଗେଟ୍, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର

ସମ୍ବଲପୁର ୧୯/୦୭: ଆଜି ପୁଣି ଖୋଲିବ ହୀରାକୁଦ ଗେଟ୍। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ଲାଗାତାର ବୃଦ୍ଧି ପାଉଥିବାରୁ ଖୋଲିବ ଗେଟ୍। ଗେଟ୍ ଖୋଲିବା ପୂର୍ବରୁ ଲଗାତାର ବାଜୁଛି ସାଇରନ୍। ତଳିଆ ଅଞ୍ଚଳ ଲୋକଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷ ସାଇରନ୍ ବଜାଇ ସତର୍କ କରୁଛନ୍ତି।

ସୂଚନା ଅନୁଯାୟୀ, ରବିବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍‌କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଉପରମୁଣ୍ଡରୁ ହାରାହାରି ୧ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩୩ ହଜାର ୬୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏବେ ସୁଦ୍ଧା ବନ୍ୟା ଜଳ ନିଷ୍କାସନ ପାଇଁ କୌଣସି ବି ସ୍ଲୁଇସ୍ ଗେଟ୍ ଖୋଲାଯାଇ ନାହିଁ। ଜଳଭଣ୍ଡାରକୁ ଜଳ ପ୍ରବେଶ ବଢୁଥିବାରୁ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି। ଲଗାତର ସାଇରନ୍ ବାଜୁଥବାରୁ ଖୁବଶୀଘ୍ର ଗେଟ୍ ଖୋଲିବା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ :-  Weather Forecast: ଉପକୂଳକୁ ଆଶ୍ୱସ୍ତି, ଆଜି ପଶ୍ଚିମ-ଉତ୍ତର ଓଡ଼ିଶାରେ ଛେଚିବ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।