Welcome!

Unlock your personalized experience.
Sign Up

ଆଜି ଓଡ଼ିଶାର ୭ ଷ୍ଟେସନ୍‌ର ଲୋକାର୍ପଣ, ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Jul 17, 2026 - 09:25
ଆଜି ଓଡ଼ିଶାର ୭ ଷ୍ଟେସନ୍‌ର ଲୋକାର୍ପଣ, ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୭/୦୭: ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ କେନ୍ଦ୍ର ପାରଳାଖେମୁଣ୍ଡି ଷ୍ଟେସନର କାୟାକଳ୍ପ ବଦଳି ଯାଇଛି । କେନ୍ଦ୍ର ସରକାରଙ୍କ "ଅମୃତ ଭାରତ ଷ୍ଟେସନ ଯୋଜନା'ରେ ପ୍ରାୟ ୧୭ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟେସନର ସମସ୍ତ କାର୍ଯ୍ୟ ସରିଛି । ଆଜି ଏହି ଷ୍ଟେସନ ସମେତ ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେସନର ଉଦଘାଟନ ହେବ । ସେଗୁଡ଼ିକ ହେଲା ବଲାଙ୍ଗିର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ରେଳ ଷ୍ଟେସନ । ଏହି ଷ୍ଟେସନଗୁଡ଼ିକର ନବକଳେବର ହୋଇଛି ।

କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା' ଅଧୀନରେ ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ କରାଯାଇଛି । ଓଡ଼ିଶାର ଏହି ୭ଟି ଷ୍ଟେସନର ନବୀକରଣ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି । ସ୍ଥାନୀୟ ଐତିହ୍ୟକୁ ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ଆଧୁନିକ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଯାତ୍ରୀଙ୍କ ସୁବିଧା ପାଇଁ ଆକର୍ଷଣୀୟ ନୂଆ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଇଛି । ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ନିର୍ମାଣ କରାଯାଇଛି ଯାହା ଦ୍ୱାରା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସହଜରେ ଯାତାୟାତ କରିପାରିବେ । ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି । ଷ୍ଟେସନ ବାହାରେ ପାର୍କିଂ ଜାଗାକୁ ଅଧିକ ପ୍ରଶସ୍ତ ଓ ବ୍ୟବସ୍ଥିତ କରାଯାଇଛି । ଏହି ନବୀକରଣର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଷ୍ଟେସନ ଗୁଡ଼ିକର ସୁନ୍ଦର କଳାକୃତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।