28 JUNE 2026

Welcome!

Unlock your personalized experience.
Sign Up

‘ଆଓ୍ବାରାପନ ୨’ର ସେଟରୁ ଜେନେଲିୟା- ଇମରାନ ହାଶମୀଙ୍କ ଭିଡ଼ିଓ ଲିକ୍, ମୋଶନ ପୋଷ୍ଟର ଆଉଟ୍

Jun 27, 2026 - 17:35
‘ଆଓ୍ବାରାପନ ୨’ର ସେଟରୁ ଜେନେଲିୟା- ଇମରାନ ହାଶମୀଙ୍କ ଭିଡ଼ିଓ ଲିକ୍, ମୋଶନ ପୋଷ୍ଟର ଆଉଟ୍

ମୁମ୍ବାଇ,୨୭/୬ : ଇମରାନ ହାଶମୀଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଆଓ୍ବାରାପନ ୨’ର ସୁଟିଂ ଚାଲୁ ରହିଛି । ଫିଲ୍ମର ସେଟରୁ କେତେକ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏକ ଭିଡ଼ିଓରେ ଇମରାନଙ୍କୁ ଜେନେଲିୟା ଡିସୁଜା ଫଲୋ କରୁଥିବା ଦେଖାଯାଉଛି । ନିକଟରେ ଫ୍ୟାନ୍ସଙ୍କ ଭିଡ଼ ଥିଲା ଏବଂ ସୁଟିଂ ହେଉଥିବା ଦେଖାଯାଉଥିଲା । ସଟ୍ ପୂରା ହେବା ପରେ ଜେନେଲିୟା ଏବଂ ଇମରାନ ଏକାସାଥିରେ ଚାଲୁଛନ୍ତି । ଏକ ଅନ୍ୟ ଭିଡ଼ିଓରେ ଜେନେଲିୟାଙ୍କୁ ଏକ ଟେମ୍ପୋ ପଛରେ ବସୁଥିବା ଦେଖାଯାଇଛି । ଏବେ ଫିଲ୍ମର ମ୍ୟୁଜିକକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।

‘ଆଓ୍ବାରାପନ ୨’ର ମେକର୍ସ କନଫର୍ମ କରିଛନ୍ତି କି ଫିଲ୍ମର ମ୍ୟୁଜିକକୁ ନେଇ ପୁଣି ଥରେ ସଙ୍ଗୀତକାର ଏବଂ ଗୀତିକାର ସୁପରହିଟ୍ ଯୋଡ଼ି ମିଥୁନ୍ ଏବଂ ସଇଦ କାଦରୀ ଏକା ସାଥିରେ କାମ କରିବେ । ଫିଲ୍ମରେ ଦର୍ଶକଙ୍କୁ ‘ଆଓ୍ବାରାପନ’ର ‘ତୋ ଫିର ଆଓ’ ଏବଂ ‘ତେରା ମେରା ରିସ୍ତା’ର ନୂଆ ଭର୍ସନ ‘ଆଓ୍ବରାପନ ୨’ ଶୁଣିବାକୁ ମିଳିବ, ସେହିଭଳି ଏକ ସମ୍ପୂର୍ଣ୍ଣ ନୂଆ ଗୀତ ବି ପ୍ରସ୍ତୁତ କରାଯାଉଛି ।

ଫିଲ୍ମ ମେକର ବିଶେଷ ଭଟ୍ଟଙ୍କ ଅନୁସାରେ ଫିଲ୍ମର ସଙ୍ଗୀତ ପରିଚୟ ଖୋଜିବା ସମୟରେ ତାଙ୍କୁ ବାରମ୍ବାର ମିଥନ ଏବଂ କାଦରୀଙ୍କ ହିଁ ମନେ ପଡ଼ିଥିଲା । ସେ କହିଥିଲେ କି, ଏହି ଦୁଇ ଜଣଙ୍କ ସଂଗୀତ ଖୁବ ସୁନ୍ଦର ଅଟେ ଏବଂ ଏହି ସିନେମା ପାଇଁ ସେମାନଙ୍କର ଆବଶ୍ୟକ ଥିଲା । ‘ଆଓ୍ବାରାପନ ୨’କୁ ଏକ ଇମୋଶନାଲ ଆକ୍ସନ-ଡ୍ରାମା ଫିଲ୍ମ କୁହାଯାଉଛି । ଯେଉଁଥିରେ ମଜବୁତ କାହାଣୀ ସହ ସଙ୍ଗୀତ ବି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ । ୨୯ଜୁନରେ ଫିଲ୍ମର ଟିଜର ରିଲିଜ ହେବ । ମେକର୍ସ ଏକ ପୋଷ୍ଟର ମାଧ୍ୟମରେ ଏହା ଘୋଷଣା କରିଛନ୍ତି । ଫିଲ୍ମ ୧୪ଅଗଷ୍ଟ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ ।