WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଅସାଧ୍ୟ ଫୁସଫୁସ ରୋଗ COPD ପାଇଁ ଗେମ୍‌ଚେଞ୍ଜର ଇଞ୍ଜେକ୍ସନ, ଚିକିତ୍ସାରେ ସଞ୍ଚୟ ହେବ ବାର୍ଷିକ ୭୩ ହଜାର କୋଟି ଟଙ୍କା

Jun 30, 2026 - 20:50
ଅସାଧ୍ୟ ଫୁସଫୁସ ରୋଗ COPD ପାଇଁ ଗେମ୍‌ଚେଞ୍ଜର ଇଞ୍ଜେକ୍ସନ, ଚିକିତ୍ସାରେ ସଞ୍ଚୟ ହେବ ବାର୍ଷିକ ୭୩ ହଜାର କୋଟି ଟଙ୍କା

ନୂଆଦିଲ୍ଳୀ,୩୦।୬: ଫୁସଫୁସ ଏବଂ ଶ୍ୱାସକ୍ରିୟା ଜନିତ ରୋଗ ବିଶ୍ୱ ସ୍ତରରେ ମୃତ୍ୟୁର ଏକ ପ୍ରମୁଖ କାରଣ। ଏହା ଦ୍ବାରା ବିଶ୍ୱରେ ପ୍ରାୟ ୫୬.୯ କୋଟି ଲୋକ ପ୍ରଭାବିତ, ଯାହା ଫଳରେ ପ୍ରତିବର୍ଷ ୧ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ। ଏଥିରେ ଆସ୍ଥମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମ୍ୟୁନାରୀ ଡିଜିଜ୍ (COPD), ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (ଯେପରିକି ନିମୋନିଆ), ଫୁସଫୁସ କର୍କଟ ଏବଂ ଯକ୍ଷ୍ମା ଅନ୍ତର୍ଭୁକ୍ତ। ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ, ଧୂମପାନ ଏବଂ କିଛି ଜେନେଟିକ୍ ଅବସ୍ଥା ଏହି ରୋଗଗୁଡିକରେ ଯୋଗଦାନ କରେ ବୋଲି ବିଶ୍ୱାସ କରାଯାଏ। ଶ୍ୱାସକ୍ରିୟା ରୋଗ ମଧ୍ୟରେ COPDକୁ ଏକ ଗମ୍ଭୀର ବିପଦ କାରକ ଭାବରେ ବିବେଚନା କରାଯାଏ। ପ୍ରାୟ ୨୧ କୋଟିରୁ ଅଧିକ ଲୋକ ଏଥିରେ ପୀଡିତ। ଏହା ବିଶ୍ୱବ୍ୟାପୀ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ, ପ୍ରତିବର୍ଷ ପ୍ରାୟ ୩୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟେ। ଏଥିରେ ୯୦%ରୁ ଅଧିକ ମୃତ୍ୟୁ କମ୍ ଓ ମଧ୍ୟମ ଆୟ ଥିବା ଦେଶରେ ରିପୋର୍ଟ କରାଯାଇଛି।

COPD ଶ୍ୱାସନଳୀରେ କ୍ଷତି କରେ, ବାୟୁ ପ୍ରବାହକୁ ବାଧା ଦିଏ ଏବଂ ନିଶ୍ୱାସ ନେବାରେ କଷ୍ଟ ହୁଏ। ଏପର୍ଯ୍ୟନ୍ତ, ରୋଗୀମାନଙ୍କୁ ଲକ୍ଷଣରେ ସୁଧାର ଏବଂ ନିଶ୍ୱାସ ନେବାରେ ସାହାଯ୍ୟ କରିବା ପାଇଁ ଔଷଧ ଦିଆଯାଇଆସୁଛି। ତଥାପି, ବୈଜ୍ଞାନିକମାନେ ଏବେ ଏହାର ଏକ ଗେମ୍ ଚେଞ୍ଜର ଇଞ୍ଜେକ୍ସନ ବିଷୟରେ ସୂଚନା ଦେଇଛନ୍ତି, ଯାହାକି ଏହାର ଉପଚାରକୁ ବିଲକୁଲ୍ ବଦଳାଇପାରେ। COPD ପ୍ରତିଦିନ ସମାନ ଗମ୍ଭୀର ସମସ୍ୟା ସୃଷ୍ଟି କରେ। ଏହି ରୋଗ ଧୀରେ ଧୀରେ ଫୁସଫୁସକୁ ଦୁର୍ବଳ କରିଦିଏ ଏବଂ ସମୟ ସହିତ ରୋଗୀଙ୍କ ସାଧାରଣ ଜୀବନକୁ ନଷ୍ଟ କରିଦିଏ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇନାହିଁ।

ଏବେ, ଏହି ଦିଗରେ ଏକ ବଡ଼ ସଫଳତା ହାସଲ ହୋଇଛି। ୟୁକେରେ ପ୍ରଥମ ଥର ପାଇଁ, COPD ରୋଗୀମାନଙ୍କୁ Dupilumab ନାମକ ଏକ ନୂତନ ଇଞ୍ଜେକ୍ସନ ଦିଆଯାଇଛି। ବିଶେଷଜ୍ଞଙ୍କ ମତେର ଏହି ଔଷଧ ହଠାତ ଖରାପ ହେଉଥିବା ମାମଲାରେ ୩୩% ପର୍ଯ୍ୟନ୍ତ କମ୍ କରିପାରେ। କେବଳ ସେତିକି ନୁହେଁ ନିଶ୍ବାସ ନେବାରେ ମଧ୍ୟ ସହଜ ହୋଇଥାଏ। ଫୁସଫୁସର କାର୍ଯ୍ୟକ୍ଷମତାକୁ ବି ଭଲ କରିଥାଏ। ଯଦି ଏହାର ପରିଣାମ ବଡ଼ ସ୍ତରରେ ସଫଳ ରୁହେଁ, ତେବେ ଲକ୍ଷାଧିକ ରୋଗୀଙ୍କ ଜୀବନର ଗୁଣବତ୍ତା ବଦଳିପାରେ। ଏହାକୁ ନେଇ ବାର୍ଷିକ ଖର୍ଚ୍ଚ ହେଉଥିବା ୭୩ ହଜାର କୋଟି ଟଙ୍କାର ଖର୍ଚ୍ଚ ବି ସଞ୍ଚୟ ହୋଇଯିବ।