Welcome!

Unlock your personalized experience.
Sign Up

‘ଅମିର ଖାନ ଏକ ଟ୍ରିପଲ ଇଞ୍ଜିନ ସରକାର ଚଳାଉଛନ୍ତି‘, ଶେଖର ସୁମନଙ୍କ ତେର୍ଚ୍ଛା ବାଣ …

Jul 12, 2026 - 18:22
‘ଅମିର ଖାନ ଏକ ଟ୍ରିପଲ ଇଞ୍ଜିନ ସରକାର ଚଳାଉଛନ୍ତି‘, ଶେଖର ସୁମନଙ୍କ ତେର୍ଚ୍ଛା ବାଣ …

ମୁମ୍ବାଇ,୧୨/୭ : ଶେଖର ସୁମନଙ୍କ ଶୋ ‘ଶେଖର ଟୁନାଇଟ’ ବହୁତ ଲୋକପ୍ରିୟ ଅଟେ । କମ୍ ସମୟରେ ହିଁ ସେ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ଯଦିଓ ଶେଖର ସୁମନ ତାଙ୍କ ଶୋ’ରେ ଶାସକ ଠାରୁ ନେଇ ରାଜନୈତିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦିଅନ୍ତି, ଏଥର ସେ ଅମିର ଖାନଙ୍କୁ ମଧ୍ୟ ନିଜ ବିଷୟରେ ନେଇଛନ୍ତି। ୬୧ବର୍ଷର ଅମୀର ନିକଟରେ ତୃତୀୟ ବିବାହ କରିଛନ୍ତି । ଏହାକୁ ନେଇ ଶେଖର ସୁମନ ଏକ ଶକ୍ତିଶାଳୀ ମୋନୋଲଗ ‘ଶେଖର ଟୁନାଇଟ’ରେ ଶୁଣାଇଛନ୍ତି । ଶେଖର ସୁମନ କହିଛନ୍ତି କି ସରକାରରେ ବସିଥିବା ରାଜନେତାଙ୍କୁ ଗଠବନ୍ଧନ ମାମଲାରେ ଅମୀର ଖାନଙ୍କଠାରୁ ଶିଖିବାରେ ଅଛି । କିଭଳି ନୂଆ ପୁରୁଣା ସାଥୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼େ । ସେ ବ୍ୟଙ୍ଗ କରିଛନ୍ତି କି ଯେଉଁଠାରେ ପାର୍ଟି ‘ଡବଲ ଇଞ୍ଜିନ ସରକାର’ ଚଳାଇ ପାରୁନାହାନ୍ତି, ସେଠି ଅମୀର ଖାନ ‘ଟ୍ରିପଲ ଇଞ୍ଜିନ ସରକାର’ ଚଳାଉଛନ୍ତି ଏବଂ ତାହା ପରଫକ୍ସେନ ସହ ।

ଶେଖର ସୁମନ କହିଛନ୍ତି କି ଅମୀର ଖାନ ଆଗାମୀ କେତେକ ପୀଢିଙ୍କୁ ଏକ ଭିନ୍ନ ଭିଜନ ଦେଇଛନ୍ତି । ସେହି ଭିଜନ ହେଉଛି କୌଣସି ଲକ୍ଷକୁ ସେତେବେଳ ଯାଏ ପାଇବାକୁ ପ୍ରୟାସ କରିବା ଯେତବେଳ ଯାଏ ତାହା ହାସଲ ହୋଇନଥିବ । ଶେଖର ସୁମନ ବ୍ୟଙ୍ଗ କରି କହିଛନ୍ତି କି ଅମୀର ଖାନ କୌଣସି ବି କାମ ସେତବେଳ ଯାଏ କରିଥାନ୍ତି କି ଯେତେବେଳ ଯାଏ ସେ ସେଥିରେ ପରଫେକ୍ଟ ହୋଇନଥାନ୍ତି । ଶେଖର ସୁମନ ରାଜନେତାମାନଙ୍କୁ ଅମୀର ଖାନଙ୍କଠାରୁ ଶିଖିବାକୁ ପରାମର୍ଶ ଦେଇଥିଲେ ଯେ ସେମାନେ କିପରି ମେଣ୍ଟ ଗଠନ କରିବେ ଏବଂ ବୁଝିବେ । ଅଭିନେତାଙ୍କ ତିନୋଟି ବିବାହକୁ ଉଦ୍ଧୃତ କରି ସେ ସେମାନଙ୍କୁ ଏକ ଇଞ୍ଜିନ ଏବଂ ଏକ ବଗି ସହିତ ତୁଳନା କରି କହିଥିଲେ, " କୁହାଯାଏ ଯେ ରାଜନେତାମାନଙ୍କର ମେଣ୍ଟ ବିଷୟରେ ଗଭୀର ବୁଝାମଣା ଥାଏ। କିନ୍ତୁ ସେମାନଙ୍କୁ ଏହି ବ୍ୟକ୍ତିଙ୍କଠାରୁ ସଠିକ୍ ମେଣ୍ଟ ପରାମର୍ଶ ଶିଖିବା ଉଚିତ। ସେ ତାଙ୍କର ପ୍ରଥମ ମେଣ୍ଟ ଗଠନ କରିଥିଲେ, ଏହା ଭାଙ୍ଗିଗଲା। ସେ ତାଙ୍କର ଦ୍ୱିତୀୟ ମେଣ୍ଟ ଗଠନ କଲେ, ତାହା ମଧ୍ୟ ଦୁର୍ଭାଗ୍ୟବଶତଃ ଭାଙ୍ଗିଗଲା। ଏବେ ସେ ତାଙ୍କର ତୃତୀୟ ମେଣ୍ଟ ଗଠନ କରିଛନ୍ତି। ମୁଁ ଭାବୁଛି ଏହାକୁ ଆଉ ମେଣ୍ଟ ନୁହେଁ ବରଂ ଏକ ମହାଗଠବନ୍ଧନ ବୋଲି କୁହାଯିବା ଉଚିତ। ଦେଖନ୍ତୁ ଦଳ ଗୁଡ଼ିକ ଡବଲ-ଇଞ୍ଜିନ ସରକାର ଚଲାଇ ପାରୁନାହାଁନ୍ତି, ଏବଂ ଏହି ବ୍ୟକ୍ତି ଟ୍ରିପଲ-ଇଞ୍ଜିନ ସରକାର ଚଲାଉଛନ୍ତି ।"

ଶେଖର ସୁମନ ଆହୁରି ମଧ୍ୟ କହିଛନ୍ତି କି ଅମିରଙ୍କ ବିବାହ ଏକ ପାରିବାରିକ ପରିବେଶରେ ହୋଇଥିଲା । ତାଙ୍କ ଉଭୟ ପୂର୍ବତନ ପତ୍ନୀ ସେମାନଙ୍କ ପିଲାମାନଙ୍କ ସହ ଉପସ୍ଥିତ ଥିଲେ ଏବଂ ତାଙ୍କ ତୃତୀୟ ପତ୍ନୀ ମଧ୍ୟ ଏକ ସନ୍ତାନକୁ ଆଣିଥିଲେ। ଏହା 'ବସୁଧୈବ କୁଟୁମ୍ବକମ୍'ର ଏକ ପ୍ରକୃତ ଉଦାହରଣ ଏବଂ ଭାରତ ମେଣ୍ଟ ଏଥିରୁ ଶିଖିବା ଉଚିତ ଯେ କିପରି ସମସ୍ତ ନୂତନ ଏବଂ ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେଇ ଚାଲିବେ। ସେ କହିଛନ୍ତି, " ଅମିରଙ୍କ ବିବାହ ସମ୍ପୂର୍ଣ୍ଣ ପାରିବାରିକ ପରିବେଶରେ ହୋଇଥିଲା, ଯେଉଁଠାରେ ଅମିରଙ୍କ ପ୍ରଥମ ପତ୍ନୀ, ଦ୍ୱିତୀୟ ପତ୍ନୀ, ପ୍ରଥମ ପତ୍ନୀଙ୍କ ସନ୍ତାନ, ଦ୍ୱିତୀୟ ପତ୍ନୀଙ୍କ ସନ୍ତାନ ଏବଂ ତୃତୀୟ ପତ୍ନୀ ମଧ୍ୟ ତାଙ୍କ ସନ୍ତାନକୁ ସାଙ୍ଗରେ ନେଇ ଆସିଥିଲେ। ଏହାକୁ ବସୁଧୈବ କୁଟୁମ୍ବକମ୍ କୁହାଯାଏ। ମୁଁ ଭାବୁଛି ଭାରତ ମେଣ୍ଟ ସମସ୍ତ ନୂତନ ଏବଂ ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେଇ ଚାଲିବା ଅମିର ଖାନଙ୍କଠାରୁ ଶିଖିବା ଉଚିତ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।