ଅଟୋ ସହ ଧକ୍କା ହୋଇ ବାଇକରୁ ପଡିଥିବା ୨ ଯୁବକଙ୍କ ଉପରେ ମାଡିଗଲା ଟ୍ରକ
ଆନନ୍ଦପୁର, ୨।୮ : ଅଟୋ ସହ ଧକ୍କା ହେଲା ବାଇକ୍ । ଦୃର୍ଘଟଣାରେ ୨ବାଇକ୍ ଆରୋହୀ ରାସ୍ତା ଉପରେ ପଡିଥିବା ସମୟରେ ମାଡିଗଲା ଟ୍ରକ୍ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ଯୁ ହୋଇଥିଲା। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଧୀନ ରାସୋଳ ଛକ ଠାରେ । ମୃତକ ହେଲେ ଆକାଶ ଜେନା ଓ ଉତ୍ତମ ଦେହୁରୀ ।
ଦୁଇ ସାଙ୍ଗ ଆକାଶ ଜେନା ଓ ଉତ୍ତମ ଦେହୁରୀ ରାସୋଳ ଗାଁ ରୁ ବାହାରି ଛକ ନିକଟରେ ପହଁଞ୍ଚିବା ସମୟରେ ପ୍ରଥମେ ଏକ ଅଟୋ ସହ ବାଇକ୍ ଧକ୍କା ହୋଇଥିଲା ଫଳରେ ଚଳେ ପଡିଯାଇଥିଲେ ଉଭୟ ଯୁବକ । ସେହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।ଖବରପାଇ ଦୈତାରୀ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।