ସାମାନ୍ୟ ସରକାରୀ ଚାକିରିପାଇଁ କେହି ନିଜ ଜନ୍ମଦାତ୍ରୀ ମା’ଙ୍କୁ ହତ୍ୟା

Jul 10, 2026 - 21:08
ସାମାନ୍ୟ ସରକାରୀ ଚାକିରିପାଇଁ କେହି ନିଜ ଜନ୍ମଦାତ୍ରୀ ମା’ଙ୍କୁ ହତ୍ୟା

ଜୟପୁର: ସାମାନ୍ୟ ସରକାରୀ ଚାକିରି… ଆଉ କିଛି ସମ୍ପତ୍ତି ପାଇଁ କେହି ନିଜ ଜନ୍ମଦାତ୍ରୀ ମା’ଙ୍କୁ ମାରିପାରେ କି? ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଜୟପୁରରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି, ଯାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ଏବେ ରକ୍ତ ସମ୍ପର୍କ ଓ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ରାଜସ୍ଥାନର ଜୟପୁରରେ ୪୫ ବର୍ଷୀୟା ନୀରଜ ଶର୍ମା ଜୁଲାଇ ୩ ତାରିଖରେ ମୃତ୍ୟୁବରଣ କରିଥିଲେ। ରାସ୍ତା କଡ଼ରେ ବସିଥିବା ବେଳେ ଏକ ସ୍କର୍ପିଓ ଗାଡ଼ି ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେ ପ୍ରାଣ ହରାଇଥିଲେ। ପ୍ରଥମେ ସମସ୍ତେ ଏହାକୁ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଭାବିଥିଲେ। କିନ୍ତୁ ପୋଲିସ ଯେତେବେଳେ CCTV ଫୁଟେଜ୍ ଯାଞ୍ଚ କଲା, ସେତେବେଳେ ଏହି ଦୁର୍ଘଟଣା ପଛରେ ଲୁଚିଥିବା ଭୟଙ୍କର ଷଡ଼ଯନ୍ତ୍ର ସାମ୍ନାକୁ ଆସିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।