ରାଜଧାନୀ ମହିଳାଙ୍କ ପାଇଁ ବଡ ଖବର

Jul 29, 2026 - 16:37
ରାଜଧାନୀ ମହିଳାଙ୍କ ପାଇଁ ବଡ ଖବର

ନୂଆଦିଲ୍ଲୀ : ରାଜଧାନୀ ମହିଳାଙ୍କ ପାଇଁ ବଡ ଖବର। ଦିଲ୍ଲୀରେ ମଙ୍ଗଳବାର ଦିନ ମହିଳାମାନଙ୍କୁ ଆର୍ଥିକ ସଶକ୍ତୀକରଣ ଦିଗରେ ରାଜ୍ୟ ସରକାର ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ବହୁ ପ୍ରତୀକ୍ଷିତ “ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ଆନୁଷ୍ଠାନିକ ଭାବରେ ମଞ୍ଜୁରୀ ଦିଆଯାଇଛି। ଏହି ମହତ୍ୱାକାଂକ୍ଷୀ ଯୋଜନା ଅଧୀନରେ, ରାଜଧାନୀର ଯୋଗ୍ୟ ମହିଳାମାନେ ସରକାରଙ୍କଠାରୁ ପ୍ରତି ମାସରେ ୨,୫୦୦ ଟଙ୍କା ଆର୍ଥିକ ସହାୟତା ପାଇବେ।

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, “ଦିଲ୍ଲୀର ମହିଳାମାନଙ୍କ ପାଇଁ ଏହା ଏକ ବଡ଼ ଦିନ। ଆଜି ଏକ ବଡ଼ ଆନନ୍ଦର ମୁହୂର୍ତ୍ତ। କ୍ୟାବିନେଟ ଦିଲ୍ଲୀରେ ଆମର ଭଉଣୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।