ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ

Jul 26, 2026 - 20:51
ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ

ପୁରୀ: ମହାପ୍ରଭୁ ରଥଯାତ୍ରା ସମ୍ପନ୍ନ ହୋଇସାରିଛି। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ। ଶରୀରୀ ଓ ଅଶରୀରୀମାନଙ୍କୁ ନିଜ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତକୁ ପାନ କରାଇ ତୋଷ କରାଇବେ। ଏହି ମାନବୀୟ ଲୀଳା ସଂରଚନାରେ ବି ଥାଏ ଅନେକ ସେବକଙ୍କ ଶ୍ରମର ଫଳଶ୍ରୁତି। ରଥ ଓରାରୁ ମହାପ୍ରଭୁଙ୍କ ଓଠ ଛୁଇଁଲା ଭଳି ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରି ସାଇତି ସାରିଲେଣି କୁମ୍ଭକାର ସେବକ। ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏଁ କରି ମୋଟ୍‌ ୯ଟି ହାଣ୍ଡି ତିନି ରଥ ଲାଗି ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କର ଏହି ନୀତି ପାଇଁ ପ୍ରସ୍ତୁତି ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।