ପାରା ଶକ୍ତିଉତ୍ତୋଳକ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି

Jul 26, 2026 - 20:51
ପାରା ଶକ୍ତିଉତ୍ତୋଳକ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି

ଗ୍ଲାସଗୋ:ପାରା ଶକ୍ତିଉତ୍ତୋଳକ ଝଣ୍ଡୁ କୁମାର ରାଜ୍ୟଗୋଷ୍ଠୀ କ୍ରୀଡ଼ା -୨୦୨୬ରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ଝଣ୍ଡୁ କୁମାର ଶୁକ୍ରବାର ରାତିରେ ପୁରୁଷ ଶକ୍ତିଉତ୍ତୋଳନ ହେଭିୱେଟ୍‌ ବର୍ଗରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେ ପ୍ରଥମ ପ୍ରୟାସରେ ୧୮୧ ଭାରୋତ୍ତୋଳନ କରି ୧୨୪.୭ ପଏଣ୍ଟ ହାସଲ କରିଥିଲେ। ଦ୍ବିତୀୟ ପ୍ରୟାସରେ ୧୯୦ କିଲୋଗ୍ରାମ ଶକ୍ତିଉତ୍ତୋଳନ କରିବା ସହ ୧୩୦.୯ ପଏଣ୍ଟ ପାଇ ତୃତୀୟ ସ୍ଥାନ ହାସଲ କରିଥିଲେ।ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ। ଝଣ୍ଡୁ ଜୀବନରେ ଅନେକ ସଂଘର୍ଷ କରି ଆଜି ଦେଶ ପାଇଁ ପଦକ ଜିତିବାରେ ସଫଳ ହୋଇଛନ୍ତି। ବିହାରର ହରନୌତ ଅଞ୍ଚଳରେ ଜନ୍ମିତ ଝଣ୍ଡୁ କୁମାର ଜନ୍ମରୁ ପୋଲିଓ ଆକ୍ରାନ୍ତ। ଜଣେ କୃଷକଙ୍କ ପୁଅ ଝଣ୍ଡୁ ଘର ଚଳାଇବା ପାଇଁ ପ୍ରଥମେ ପନିପରିବା ବିକ୍ରି କରୁଥିଲେ। ବର୍ତ୍ତମାନ ଇ-ରିକ୍ସା ଚଳାଇ ପରିବାର ପୋଷଣ କରୁଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟ ପଛରୁ ବିଚ୍ୟୁତ ହୋଇନଥିଲେ। କଠିନ ପରିଶ୍ରମ ଓ ତ୍ୟାଗ ରଖି ଆଜି ବିଶ୍ବସ୍ତରୀୟ ମଞ୍ଚରେ ପଦକ ଜିତିବାରେ ସଫଳ ହୋଇଛନ୍ତି। ୨୮ ବର୍ଷୀୟ ଝଣ୍ଡୁ କୁମାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେବଳ ପଦକ ଜିତି ନାହଁାନ୍ତି ବରଂ ନିଜର ସଂଘର୍ଷପୂର୍ଣ୍ଣ ଜୀବନକାହାଣୀ ମାଧ୍ୟମରେ କୋଟିକୋଟି ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।