ତୃତୀୟ ଥର ପାଇଁ ସମ୍ବଲପୁର କୋର୍ଟକୁ ଆସିଲା ବୋମା ଧମକ

Jul 13, 2026 - 19:20
ତୃତୀୟ ଥର ପାଇଁ ସମ୍ବଲପୁର କୋର୍ଟକୁ ଆସିଲା ବୋମା ଧମକ

ସମ୍ବଲପୁର: ତୃତୀୟ ଥର ପାଇଁ ସମ୍ବଲପୁର କୋର୍ଟକୁ ଆସିଲା ବୋମା ଧମକ। ଏହି ଖବର ପ୍ରଚାର ହେବା ପରେ ସମ୍ବଲପୁରଜିଲ୍ଲା କୋର୍ଟ ଓ ତାର ଆଖପାଖ ଅଞ୍ଚଳମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ତୋଫାନ ବାଗ୍। କୋର୍ଟ ପରିସରରେ ବୋମା ନିରୋଧକ ସ୍କ୍ବାର୍ଡ଼, ସନ୍ଧାନୀ କୁକୁର, ମେଟାଲ ଡିଟେକ୍ଟର, ଏନଏଲଜେଡି, ଅପଟିକାଲ ଫାଇବର ସ୍କୋପ ଦ୍ୱାରା ଯାଞ୍ଚ କରାଯାଇଥିଲା

ସେହିପରି କୋର୍ଟ ବାହାରେ ଥିବା ସମସ୍ତ ଗାଡ଼ି, ଗାଡ଼ିର ଡିକି, ସବୁ ସ୍ଥାନକୁ ମଧ୍ୟ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଜାନୁଆରି ୮ ତାରିଖରେ ସମ୍ବଲପୁର କୋର୍ଟକୁ ବୋମା ଧମକ ଆସିଥିବା ବେଳେ ମାର୍ଚ୍ଚ ୨ରେ ଆଉଥରେ ଆସିଥିଲା ଏବଂ ଆଜି ପୁଣି ଆସିଥିବା ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏଭଳି ମେଲ ଆସିବାରକୁ ନେଇ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ବିଫଳ ହୋଇଛି। କିଏ କାହିଁକି ଏଭଳି ମେଲ୍ ଦେଲା ତା’ର କିଛି ଖବର ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ଯେଉଁମାନେ ଏସବୁ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।