ଝାରସୁଗୁଡ଼ା ସରବାହାଲସ୍ଥିତ ଏକ ସପିଂ ମଲ କୋଠାରେ ଭୟାବହ

Jul 22, 2026 - 17:37
ଝାରସୁଗୁଡ଼ା ସରବାହାଲସ୍ଥିତ ଏକ ସପିଂ ମଲ କୋଠାରେ ଭୟାବହ

ଝାରସୁଗୁଡ଼ା : ଝାରସୁଗୁଡ଼ା ସରବାହାଲସ୍ଥିତ ଏକ ସପିଂ ମଲ କୋଠାରେ ଭୟାବହ ଅଗ୍ନିକାଣ୍ଡହୋଇଛି। ଆଜି ସକାଳୁ ମଲ୍ ଖୋଲିବା ପୂର୍ବରୁ ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ, ନିଆଁ ଲିଭା କାମ ଜାରି ରହିଛି। ପ୍ରାପ୍ତ ସୂଚନାମତେ,ଝାରସୁଗୁଡ଼ା ଜିଲ୍ଲା ସହର ଉପକଣ୍ଠ ସରବାହାଲଠାରେ ଥିବା ଶଙ୍କର ଜ୍ବେଲର୍ସ ଏବଂ ଭି ମାର୍ଟ ସପିଙ୍ଗ ମଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପାଞ୍ଚଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ବି ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।