LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ
ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର ଆସିଲା, ସେହିପରି ଗାଡ଼ି ଚାଳକମାନଙ୍କ ନଜର ଏହି କଥା ଉପରେ ଥିଲା ଯେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ କି ନାହିଁ। ତେବେ ଆସନ୍ତୁ ଜାଣିବା ଯେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇଛି କି ନାହିିଁ?
ସରକାରୀ ତୈଳ କମ୍ପାନୀଗୁଡ଼ିକ (HPCL, BPCL, IOCL) ଅଗଷ୍ଟ ୧ ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂତନ ରେଟ ଜାରି କରିଛନ୍ତି। ଆଶ୍ୱସ୍ତିର କଥା ଏହା ଯେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ମୂଲ୍ୟରେ ଉତ୍ଥାନ-ପତନ ସତ୍ତ୍ୱେ ଜାତୀୟ ସ୍ତରରେ ଜାଳେଣିର ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ତଥାପି, ସ୍ଥାନୀୟ ଟିକସ (VAT) ପାର୍ଥକ୍ୟ ହେତୁ କିଛି ସହରରେ ରେଟ୍ରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଦିଲ୍ଲୀରେ ଆଜି ପେଟ୍ରୋଲ ୧୦୨.୧୨ ଟଙ୍କା ପ୍ରତି ଲିଟର ଥିବାବେଳେ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୧.୨୧ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୭.୮୩ ଟଙ୍କା ପ୍ରତି ଲିଟରରେ ମିଳୁଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।