Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

Jul 31, 2026 - 16:55
Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ ଗାଁରେ ପାଣି ପଶି ରାସ୍ତାଘାଟ ସବୁ ଜଳମଗ୍ନ ହୋଇପଡିଛି। ଗାଁରୁ ସହର ଯିବାକୁ ଯୋଗାଯୋଗ ପ୍ରାୟ ବିଚ୍ଛିନ୍ନ ହୋଇପଡିଛି। ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲେ ସୁଦ୍ଧା ଦୁଇଟି ହୃଦୟର ମିଳନକୁ ଅଟକାଇ ପାରି ନାହିଁ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଯାଜପୁର ଜିଲାରେ।

ଯାଜପୁର ବ୍ଲକ ବନ୍ୟା ପ୍ରଭାବିତ ସିମିଳିଆ ଗ୍ରାମ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇପଡ଼ିଛି। ଗାଁରୁ ବାହାରକୁ ଯିବା ପାଇଁ କୌଣସି ସଡ଼କ ପଥ ଉପଲବ୍ଧ ନ ଥିଲା। ତଥାପି ବିବାହ ତାରିଖ ଘୁଞ୍ଚାଇବା ସମ୍ଭବ ନ ଥିବାରୁ ବର ଓ ବରଯାତ୍ରୀମାନେ ଏକ ଦେଶୀ ମୋଟର ଡଙ୍ଗାକୁ ଭରସା କରି ଯାତ୍ରା ଆରମ୍ଭ କରିଥିଲେ।

ପାଣି ଚାଲୁଥିବା ରାସ୍ତା ଦେଇ ଡଙ୍ଗାରେ ବରଯାତ୍ରୀ ଢେଙ୍କାନାଳ ଜିଲାର ଭୁବନ ଅଞ୍ଚଳ ଅଭିମୁଖେ ଯାଇଥିଲେ। ସାଧାରଣତଃ ବର ଗାଡ଼ି, ବସ କିମ୍ବା ଶୋଭାଯାତ୍ରାରେ ଯାଇଥାଆନ୍ତି । କିନ୍ତୁ ଏଠାରେ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବନ୍ୟା ଭଳି କଠିନ ପରିସ୍ଥିତିରେ ମଧ୍ୟ ପରମ୍ପରାକୁ ବଜାୟ ରଖିଥିବାରୁ ଲୋକେ ଏହାକୁ ପ୍ରଶଂସା କରୁଛନ୍ତି। ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲେ ମଧ୍ୟ ଜୀବନର ଖୁସିର ମୁହୂର୍ତ୍ତ ଅଟକି ନଥାଏ। ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।