୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

Jul 15, 2026 - 11:42
୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ ୯ଟି ଶ୍ରେଣୀକୁ ୧୩୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଏହି ସ୍କୁଲରେ ମାତ୍ର ତିନିଜଣ ଶିକ୍ଷକ ଅଛନ୍ତି। ଶିକ୍ଷ୍ୟା ଦାନରେ ଗଭୀର ବ୍ୟତିକ୍ରମ ଘଟିଥିବା ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି। ଯଦି ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏହି ସ୍କୁଲକୁ ଶିକ୍ଷକ ନିଯୁକ୍ତି ନ କରନ୍ତି ତାହେଲେ କୌଣସି ବି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ନର୍ଲା ବ୍ଲକର ଅନେକ ସ୍କୁଲରେ ଛାତ୍ର ସଂଖ୍ୟା ଅନୁଯାୟୀ ଶିକ୍ଷକ ଅଧିକ ଥିବାବେଳେ କଣ ପାଇଁ ଶିକ୍ଷକଟିଏ ପାଇଁ ଅଭିଭାବକମାନଙ୍କୁ ଆନ୍ଦୋଳନ ଓ ଧାରଣାକୁ ଓଲ୍ଲାଇବାକୁ ପଡୁଛି ବୋଲି smc ଅଭିଯୋଗ ଆଣିବା ସହ ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାୟୀ କରିଛନ୍ତି। କାରଣ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ହୋଇ ଥିଲେ ବି ଗାଦି ଛାଡୁ ନ ଥିବା ସୂଚନା ରହିଛି। ଏଣୁ ଏଦିଗରେ ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ଛାତ୍ର ସଂଖ୍ୟା ଅନୁଯାୟୀ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକମାନଙ୍କୁ ନିଆଯାଇ ଶିକ୍ଷକ ନିଅଣ୍ଟ ଭରଣା କରିବା ପାଇଁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।