୪ର୍ଥ ବାଟାଲିଅନ ଆଇଆର୍ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ
ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ ସେଠ ଏହା ପୂର୍ବରୁ ଝାରସୁଗୁଡା ସ୍ଥିତ ଦ୍ୱିତୀୟ ବାଟାଲିୟନ ଓଏସ୍ଏପି (ଏପିଟିସି)ରେ କାର୍ଯ୍ୟରତ ଥିଲେ । ସୂଚନା ଥାଉ କି ଭବାନୀ ସେଠ ଦେବଗଡ ଜିଲାରେ ମାଓବାଦୀ ଗତିବିଧି ଚରମ ସୀମାରେ ଥିବା ସମୟରେ ପର୍ବରୁ ଦେବଗଡ ଜିଲାରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇଥିଲେ । ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍ବିର କମାଣ୍ଡାଣ୍ଟ ଭାବେ ତାଙ୍କର ଯୋଗଦାନ ପରେ ଆଇଆର୍ବି ଯବାନ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରଲକ୍ଷିତ ହୋଇଛି ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।