୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ
Jun 30, 2026 - 21:36
ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।
ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ OSD ଭାବେ ୨୩ OAS ଅଧିକାରୀ ଆଜିଠୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଦାୟିତ୍ୱ ତୁଲାଇବେ ବୋଲି ଉଲ୍ଳେଖ କରାଯାଇଛି।