୧୨ ବର୍ଷର କାର୍ଯ୍ୟକାଳରେ ମୋଦି ସରକାରରେ ପ୍ରଥମ ଇସ୍ତଫା, CAAରୁ ଆରମ୍ଭ ହୋଇ CJPରେ…
ଆଦିଲ୍ଲୀ,୨୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ଘଟଣା ଭାବରେ ଦେଖାଯାଉଛି।
ସୂଚନାଯୋଗ୍ୟ, କକ୍ରୋଚ ଜନତା ପାର୍ଟି (CJP) ନେତୃତ୍ୱରେ ହଜାର ହଜାର ଛାତ୍ରୀଛାତ୍ର ତଥା ଯୁବପିଢ଼ି ଦୀର୍ଘ ୧ ମାସ ଧରି ଦିଲ୍ଲୀର ଜନ୍ତରମନ୍ତରରେ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରି ଆସୁଥିଲେ। ଏହା ସତ୍ତ୍ୱେ ସରକାର ତାଙ୍କର କୌଣସି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଅଧିକ ତେଜିବାରୁ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି।
ଏହା ପୂର୍ବରୁ ସିଏଏ ଆନ୍ଦୋଳନଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ଅନେକ ବଡ଼ବଡ଼ ପ୍ରତିବାଦ କରାଯାଇଥିଲେ ମଧ୍ୟ ସରକାର ହେୟଜ୍ଞାନ କରିଚାଲିଥିଲେ। ଶେଷରେ Gen-Zଙ୍କ ଚାପରେ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।