ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

Jul 22, 2026 - 16:45
ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘଦିନ ଧରି ସେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର କ୍ଷେତ୍ର କମିଟିର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁଯାୟୀ, ଅନିତା କିସ୍କୁ ଝାଡ଼ଖଣ୍ଡର ବିଭିନ୍ନ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ଗ୍ରହଣ  କରିଥିଲେ। ତାଙ୍କ ବିରୋଧରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୫୦ରୁ ଅଧିକ ଆପରାଧିକ ମାମଲା ରହିଛି। ସେଥିରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ, ହିଂସାକାଣ୍ଡ, ଅସ୍ତ୍ରଶସ୍ତ୍ର ବ୍ୟବହାର ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ ସାମିଲ ଥିବା ଜଣାପଡ଼ିଛି।

ସୁରକ୍ଷା ବାହିନୀର ଲଗାତାର କମ୍ବିଂ ଅପରେଶନ ଓ ସରକାରଙ୍କ ପୁନର୍ବାସ ନୀତିର ପ୍ରଭାବରେ ସେ ହିଂସାର ପଥ ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆତ୍ମସମର୍ପଣ ପରେ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ତାଙ୍କୁ ଆବଶ୍ୟକ ସହାୟତା ଓ ପୁନଃଥଇଥାନ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।