ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

Jul 31, 2026 - 15:57
ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ, ୩୧।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା  ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସିସ୍ ନାଗଙ୍କୁ ନିଲମ୍ବନ କରାଯାଇଛି। ଜିଲା ପାଳ ଯୁଗ୍ମ ତଦନ୍ତ ରିପୋର୍ଟ ଆଧାରରେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି।

ସେହିପରି ଘଟଣାରେ ସମ୍ପୃକ୍ତ ଜଣେ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ (ଜବାବ ତଲବ) ଜାରି କରାଯାଇଛି। ଘଟଣାରେ ତାଙ୍କର ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ବିଦ୍ୟାଳୟଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ପରେ ପରିବାର ଲୋକେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ସଠିକ୍ ତଦନ୍ତ ଦାବି କରିଥିଲେ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ନିଲମ୍ବନ ଭଳି ପ୍ରଶାସନିକ ପଦକ୍ଷେପ ନିଆଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।