ସ୍କୁଟିରେ ଯାଉଥିଲେ ଅଙ୍ଗନବାଡି କର୍ମୀ, ବାଟରେ ପିଟିଲା ହାଇଓ୍ବା: ଆଉ ତା’ପରେ…

Jul 18, 2026 - 14:30
ସ୍କୁଟିରେ ଯାଉଥିଲେ ଅଙ୍ଗନବାଡି କର୍ମୀ, ବାଟରେ ପିଟିଲା ହାଇଓ୍ବା: ଆଉ ତା’ପରେ…

ପାପଡାହାଣ୍ଡି,୧୮।୭(ସ୍ବପ୍ନଜିତ ପଟ୍ଟନାୟକ): ଟିପ୍ପର ଧକ୍କାରେ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ଘଟାଇ ଫେରାର ହୋଉଥିବା ଟିପ୍ପରକୁ ମୈଦଲପୁରଠାରେ ଅଟକ ରଖିଛି ପୋଲିସ। ନିଜ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ପ୍ରକାରେ, ଦୁଲପୁର ଗ୍ରାମର ଅଙ୍ଗନବାଡି କର୍ମୀ ଦୋମନ୍ତି ସୌରା ସ୍କୁଟି ସାହାଯ୍ୟରେ ନିଜ କାର୍ଯ୍ୟସ୍ଥଳୀ ନୂଆଗୁଡାକୁ ଯାଉଥିବାବେଳେ ପଛଆଡ଼ୁ ଅଜଣା ଟିପ୍ପର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଛିଟିକି ପଡି ମୃତ୍ୟୁବରଣ କରିଥିଲେ। ଖବର ପାଇ ପାପଡାହାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଟିପ୍ପର ଧକ୍କା ଦେଇ ଫେରାର ହୋଉଥିବା ବେଳେ ପୋଲିସ ମୈଦଲପୁରଠାରେ ଅଟକ ରଖିଛି। ଘଟଣାସ୍ଥଳରେ ପରିବାର ବର୍ଗ ଆସି ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଖବର ଲେଖା ଶେଷ ସୁଦ୍ଧା କ୍ଷତି ପୂରଣ ଦାବିରେ ମୃତଦେହ ଘଟଣାସ୍ଥଳରୁ ଉଠାଯାଉନାହିଁ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।