ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ
ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅପର ପକ୍ଷେ ଏହି ଘଟଣା ପଛରେ ବିରୋଧୀଙ୍କ ହାତ ଥିବା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ ଉଦ୍ୟମ କରାଯାଉଥିବା କୁହାଯାଉଛି। ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସାଧାରଣ ଲୋକ ମଧ୍ୟ ଏପରି ଘଟଣାକୁ ନିନ୍ଦା କରିଛନ୍ତି।
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ନେଇ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ କଳିଙ୍ଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ସୁବାଷ ଦାସଙ୍କ ପୁଅ ସୁଶାନ୍ତ (୨୮ ବର୍ଷ) ନିଜ ଫେସ ବୁକ ଆଇଡି ‘ଦାସ କୁମାର ଦାସ ସୁଶାନ୍ତ’ ରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଲେଖି ଭିଡିଓ ପୋଷ୍ଟ କରିଛନ୍ତି । ଯାହାକି ଲଜ୍ୟା ଜନକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ କରୁଛି ।ଏଥିସହ ଅଭିଯୋଗକାରୀ କହ୍ନେଇ ଫେସବୁକ ରେ ପୋଷ୍ଟ ହୋଇଥିବା ଭିଡିଓର ରେକର୍ଡ଼ିଂ ଥାନାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ଘଟଣା ଦିଗରେ ଅନୁସନ୍ଧାନ ଚଳାଇଛୁ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।