ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଜନ୍ତର-ମନ୍ତରରେ ଅନଶନରେ ବସିଲେ ଅଭିଜିତ ଦୀପକେ; ମଞ୍ଚ ଉପରେ ଭୋ ଭୋ ହୋଇ କାନ୍ଦିଲେ…
ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କାକ୍ରୋଚ ଜନତା ପାର୍ଟି (CJP)ର ମୁଖ୍ୟ ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହିଁ ଅନଶନରେ ବସିଯାଇଛନ୍ତି। ଆନ୍ଦୋଳନ ମଞ୍ଚରେ ବସିଥିବା ସମୟରେ ଦୀପକେ ହଠାତ୍ ଭାବୁକ ହୋଇ କାନ୍ଦି ପକାଇଥିଲେ। ସିଜେପି ମୁଖ୍ୟ ମଞ୍ଚ ଉପରେ ଭାବୁକ ହେବାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଏହି ଅବସରରେ କାକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ସଭାପତି ଅଭିଜିତ ଦୀପକେ କହିଛନ୍ତି, “ମୁଁ ଆଜିଠାରୁ ମୋର ଅର୍ନିଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରୁଛି। ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ ସେମାନେ ଯେମିତି ପଛକୁ ନ ହଟନ୍ତୁ। ଏହି ଆନ୍ଦୋଳନ ଆହୁରି ବଡ଼ ହେବ। ସେମାନେ (ପୋଲିସ/ପ୍ରଶାସନ) ବହୁତ ବଡ଼ ଭୁଲ କରିଛନ୍ତି। ମୁଁ ସମସ୍ତଙ୍କୁ ଜନ୍ତର-ମନ୍ତର ଆସିବାକୁ ଅନୁରୋଧ କରୁଛି। ଆମର ଆନ୍ଦୋଳନ ଏଠାରୁ ଜାରି ରହିବ ଏବଂ ଆମେ ୨୦ ଜୁଲାଇରେ ହେବାକୁ ଥିବା ମାର୍ଚ୍ଚ ସହ ଆଗକୁ ବଢ଼ିବୁ।”
Delhi: Cockroach Janta Party (CJP) founder Abhijeet Dipke broke down in tears at the Jantar Mantar protest site during the ongoing demonstration following activist Sonam Wangchuk’s removal from the venue by the Delhi Police pic.twitter.com/wfgfDoZVHb
— IANS (@ians_india) July 18, 2026
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।