ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

Jul 14, 2026 - 11:47
ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ସ୍ନାନଯାତ୍ରା ପରେ ଅଣସର ଘରେ ୧୫ ଦିନ ଧରି ବିରାଜମାନ ଥିବା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁସ୍ଥ ହୋଇ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଦୀର୍ଘ ୧୫ ଦିନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇ ଭକ୍ତମାନେ ଭାବବହ୍‌ବଳ ହୋଇପଡ଼ିଥିଲେ। ଅଣସର ସମୟରେ ମନ୍ଦିର ପରିସରରେ ଏକ ଶୂନ୍ୟତା ସୃଷ୍ଟି ହୋଇଥିବାବେଳେ ଭକ୍ତମାନେ ପ୍ରଭୁଙ୍କ ସୁସ୍ଥତାକୁ ଅପେକ୍ଷା କରି ରହିଥିଲେ। ମଙ୍ଗଳବାର ନେତ୍ର ଉତ୍ସବରେ ସେହି ପ୍ରତୀକ୍ଷାର ଅନ୍ତ ଘଟିଥିଲା। ପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରି ଭକ୍ତମାନେ ଆଧ୍ୟାତ୍ମିକ ଆନନ୍ଦରେ ବିଭୋର ହୋଇଥିବା ଦେଖାଯାଇଥିଲା। ଏହି ଅବସରରେ ଶାବର ଶ୍ରୀକ୍ଷେତ୍ରକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆକର୍ଷଣୀୟ ଫୁଲରେ ସୁସଜ୍ଜିତ କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆସନ୍ତା ରଥଯାତ୍ରାକୁ ନେଇ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।