ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…
ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ ୧୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ। ସୂତ୍ର ଅନୁଯାୟୀ, ବିସିସିଆଇ (BCCI)ର ଚୟନ କମିଟି ରୋହିତଙ୍କୁ ସ୍ପଷ୍ଟ କରିଦେଇଛି ଯେ ସେ ବର୍ଷ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ସାମିଲ ନାହାନ୍ତି ଏବଂ ଚଳିତ ସିରିଜ୍ ତାଙ୍କ କ୍ୟାରିୟରର ଶେଷ ସିରିଜ୍ ହେବ।
ଗୁରୁବାର ଜୁଲାଇ ୧୬ ତାରିଖରେ କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଥିଲା। ଏହି ମ୍ୟାଚ୍ରେ ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ଥିଲା। କୋହଲି ଦମଦାର ବ୍ୟାଟିଂ କରି ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରୋହିତ ପୁଣି ଥରେ ନିରାଶ କରିଥିଲେ। ସେ ସମ୍ପୂର୍ଣ୍ଣ ଓଭରରେ ସଂଘର୍ଷ କରୁଥିବା ନଜର ଆସିଥିଲେ ଏବଂ ୪୭ଟି ବଲ୍ ଖେଳି ମାତ୍ର ୨୬ ରନ୍ କରି ଆଉଟ୍ ହୋଇଥିଲେ।
ଦ୍ୱିତୀୟ ମ୍ୟାଚ୍ରେ ରୋହିତଙ୍କ ବିଫଳତା ପରେ ତାଙ୍କ କ୍ୟାରିୟରକୁ ନେଇ ପୁଣି ପ୍ରଶ୍ନ ଉଠିଛି। ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁଯାୟୀ, ଏହି ଇଂଲଣ୍ଡ ସିରିଜ୍ ହିଁ ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ପର୍ଯ୍ୟାୟ ଅଟେ। ଆସନ୍ତା ରବିବାର (୧୯ ଜୁଲାଇ) ଐତିହାସିକ ଲର୍ଡସ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମୁକାବିଲା ହେବା ଏକ ପ୍ରକାର ନିଶ୍ଚିତ ବୋଲି ଦାବି କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।