ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

Jul 06, 2026 - 13:21
ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର ବେଲଜିୟମ ବିପକ୍ଷରେ ହେବାକୁ ଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଖେଳିପାରିବେ। ଏଭଳି ନିଷ୍ପତ୍ତି ପାଇଁ ଫିଫାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧନ୍ୟବାଦ୍‌ ଜଣାଇଛନ୍ତି।

ଠିକ୍‌, ତାହା କରିବା ପାଇଁ ଫିଫାକୁ ଧନ୍ୟବାଦ୍‌। ନିଷ୍ପତ୍ତିରେ ପରିବର୍ତ୍ତନ ଏକ ବଡ଼ ନ୍ୟାୟ’ ବୋଲି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରିଛନ୍ତି।

ବୋସନିଆ-ହର୍ଜଗୋଭିନା ବିପକ୍ଷ ମ୍ୟାଚ୍‌ରେ ଡିଫେଣ୍ଡର ତାରିକ ମୁହରେମୋଭିକଙ୍କ ପାଦରେ ଚଡ଼ିବା ପାଇଁ ବାଲୋଗନଙ୍କୁ ରେଡ୍‌ କାର୍ଡ ଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ଆମେରିକାର ରାଷ୍ଟ୍ର ସଚିବ ମାର୍କୋ ରୁବିଓ ଫିଫାକୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଫିଫା ପକ୍ଷରୁ ବିବୃତି ଜାରି କରି କୁହାଯାଇଛି, ଫିଫା ଶୃଙ୍ଖଳାଗତ ନିୟମର ଆର୍ଟିକିଲ ୨୭ ଅନୁଯାୟୀ, ମ୍ୟାଚ୍‌ରେ ଦିଆଯାଇଥିବା ସସପେନଶନକୁ ଏକ ବର୍ଷ ପାଇଁ ପରୀକ୍ଷାମୂଳକ ଭାବେ ସସପେଣ୍ଡ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।