ମେଷ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର ଆଶଙ୍କା ରହିଛି। ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଆଶୀର୍ବାଦରୁ ଧାର୍ମିକ ପରିବେଶରେ ଦେବଦର୍ଶନ ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି।
ବୃଷ

ବନ୍ଧୁଙ୍କ ସହ ସୁସମ୍ପର୍କ ଅଭାବରୁ ପାରିବାରିକ ସ୍ତରରେ ଅଟକିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହେବ। ବନ୍ଧୁଟି ପରିସ୍ଥିତିରେ ପଡି ଦୂରେଇ ଯିବାରୁ ମନ ଅତୀତକୁ ଖୋଜି ବୁଲିବ। ହିତୈଷୀଙ୍କ ପ୍ରେରଣାରେ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଳିପାରେ।
ମିଥୁନ

ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସେବାମନୋବୃତ୍ତି କାରଣରୁ ସାଙ୍ଗସାଥୀ ମେଳରେ ବେଶି ସମୟ କାଟିପାରନ୍ତି। ଆଜିର ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ବନ୍ଧୁଗହଣରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ।
କର୍କଟ

ଅନୁକୂଳ ଗ୍ରହସ୍ଥିତିଜନିତ ଆପଣଙ୍କ ଲୋକପ୍ରିୟତା ଏବଂ ସାମାଜିକ ସମ୍ମାନ ବୃଦ୍ଧି ପାଇବ। ପ୍ରତ୍ୟେକ କାମରେ, ବିବାଦରେ, ପ୍ରତିଯୋଗିତାରେ ତଥା କଚେରି ମାମଲାରେ ସଫଳତା ପାଇବେ। ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସଭାସମିତି, ପରିବହନ, ସଙ୍ଗୀତ, ଆଧ୍ୟାତ୍ମିକ କାର୍ଯ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ

ବନ୍ଧୁଙ୍କ ଦ୍ୱାରା ଅନୁପ୍ରଣୀତ ହୋଇ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଖର୍ଚ୍ଚ କରିବାକୁ ମନସ୍ଥ କରିପାରନ୍ତି। ଆଜିର ଯାତ୍ରାରେ ଅଭିଳଷିତ ଫଳ ସାଙ୍ଗକୁ ବସ୍ତ୍ରଭୂଷଣ, ଯାନବାହନ, ବନ୍ଧୁମିଳନ ପ୍ରାପ୍ତି ଘଟିପାରେ। ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା

ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କୁ ଧନସମ୍ମାନ ସାଙ୍ଗକୁ ବନ୍ଧୁଗହଣରେ ମିଷ୍ଟାନ୍ନ ପ୍ରାପ୍ତି ହେବ। ଶନିଙ୍କ କୁପ୍ରଭାବରୁ ଭୁଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟାର ଆଶଙ୍କା ରହିଛି। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ରହିଛି। ଅତ୍ୟଧିକ ଖଟଣି ହେତୁ ସ୍ନାୟବିକ ଦୁର୍ବଳତାର ଆଶଙ୍କାକୁ ଏଡାଇ ହେବ ନାହିଁ।
ତୁଳା

ଆଜି ଏକାଧାରରେ ଅର୍ଥ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ, ସମ୍ବର୍ଦ୍ଧନା, ଉପଢ଼ୌକନାଦି ପାଇପାରନ୍ତି। ଈର୍ଷାପରାୟଣ ଆତ୍ମୀୟମାନେ ବିରୋଧାତ୍ମକ କଥା କହିପାରନ୍ତି। ସ୍ବାର୍ଥ ହାସଲ ନ ହୋଇପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି। ପରିବାର, ବାଣିଜ୍ୟ, ଯାତ୍ରା, ନୂତନ କର୍ମାରମ୍ଭ ପାଇଁ ଶୁଭପ୍ରଦ ରହିବ।
ବିଛା

ବୃହସ୍ପତି ପ୍ରଭାବରେ ଭଲ ମନ ନେଇ କାମ କଲେ ମଧ୍ୟ ଅର୍ଥସଙ୍କଟ, ବ୍ୟବହାରରେ ବ୍ୟତିକ୍ରମର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅନ୍ୟମାନଙ୍କ ସକାଶେ କିଛି କରି ପ୍ରଶଂସିତ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ

ଅନୁକୂଳ ଗ୍ରହଯୋଗରୁ କାର୍ଯ୍ୟସିଦ୍ଧି, ସଫଳ ଆଲୋଚନା ସାଙ୍ଗକୁ ବନ୍ଧୁଦର୍ଶନରେ ଖୁସି ରହିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ। ହୋଟେଲ, ଦୋକାନ, ବାଣିଜ୍ୟ ପ୍ରଭୃତିରୁ ଆଶା କରୁଥିବା ଫଳ ଅବଶ୍ୟ ମିଳିବ। ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।
ମକର

ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆତ୍ମତୃପ୍ତି ଲଭିବେ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ଶତ୍ରୁତା କରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି। ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା, ଅତିଥି ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ

ଗ୍ରହଙ୍କ ପ୍ରତିକୂଳତାଜନିତ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ। ତଥାପି ଆପଣଙ୍କୁ ସତ୍ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ। ଗୃହ ନିର୍ମାଣ, ଗାଡି କିଣା, କରଜ ଦେବା ଆଦିରେ ମନ ଦେଇପାରନ୍ତି। ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣରେ ବନ୍ଧୁ ସାହାଯ୍ୟ କରିବେ।
ମୀନ
ଭୁଲ୍ ବୁଝାମଣାଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ତଥାପି ଯାତ୍ରା, ଶିଳ୍ପ, ବାଣିଜ୍ୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ। ହଠାତ୍ ହଜିଯାଇଥିବା ବ୍ୟକ୍ତି, ଚୋରିଯାଇଥିବା ଜିନିଷର ଖୋଜଖବର ପାଇପାରନ୍ତି। କେତେକ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବାକୁ ପଡ଼ିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.