ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

Jun 29, 2026 - 19:15
ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope
ମେଷ
ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆଜି କଲ୍ୟାଣଚନ୍ଦ୍ର ଯୋଗୁ ସତ୍‍ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାମତ୍ିକ ଭାବଧାରାରେ ଉଦ୍‍ବୁଦ୍ଧ ହୋଇପାରନ୍ତି।
ବୃଷ
ବୃଷ
କେତୁ ଦୃଷ୍ଟ ମଙ୍ଗଳ ଯୋଗୁ ବନ୍ଧୁଙ୍କୁ ଦେଇଥିବା ଅର୍ଥପ୍ରାପ୍ତିରେ ବିଳମ୍ବ କଳହର କାରଣ ପାଲଟି ଯାଇପାରେ। ପାରିବାରିକ ଅଶାନ୍ତିରେ ମନର ଦୁଃଖ ଲୁଚାଇ ରଖି ହସି ହସି କଥା କହିବେ। ଗୁରୁତ୍ୱପୂର୍ଣ୍ଣ କାରଣକୁ କେନ୍ଦ୍ରକରି ରାଜନୈତିକ କ୍ଷେତ୍ର କିମ୍ବା ପ୍ରଶାସନିକ ସ୍ରରରେ ତପତ୍ରତା ଲାଗି ରହିପାରେ।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବହୁ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ। ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।
କର୍କଟ
କର୍କଟ
ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ଅଥବା ସମ୍ବର୍ଦ୍ଧିତ ହୋଇପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ। ଶୁକ୍ର ରାଶିରେ ଅବସ୍ଥାନ କରୁଥିବାରୁ ପାରିବାରିକ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଦ୍ୱିତୀୟସ୍ଥ କେତୁ ହେତୁ ଅସାବଧାନତାରୁ ଧନହାନି ଘଟିପାରେ।
ସି˚ହ
ସି˚ହ
ମଙ୍ଗଳଙ୍କ ଶୁଭ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ନିଜର ବିଚକ୍ଷଣତା ପ୍ରଭାବରେ ଆଲୋଚନା ପରିସରରେ କିମ୍ବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ତୃତୀୟଭାବସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇରହିବେ। ଶନିଦୃଷ୍ଟିରେ ମଙ୍ଗଳ ରହିଥିବାରୁ ଆମତ୍ୀୟସ୍ବଜନ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରିନେବେ। କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟହେବେ।
ବିଛା
ବିଛା
ଶନିଙ୍କ ପ୍ରଭାବରୁ ଅତୀତ ଘଟଣାକୁ ମନରେ ସ୍ଥାନ ଦେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ଭାବନା ବଢ଼ିପାରେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ। ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ପାପଗ୍ରହଯୁକ୍ତ ଚତୁର୍ଥଭାବ ଯୋଗୁ ପାରିବାରିିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟକରିବାରେ ସହାୟକ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗରେ କଷ୍ଟ ପାଇବେ। ଆଜିର ଦୂରଯାତ୍ରା ସଫଳ ହେବ। ଯାତ୍ରା ସମୟରେ କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ମକର
ମକର
ସମସ୍ୟା ମଧ୍ୟରେ ଚେଷ୍ଟା କରୁଥତ୍ବା କାମରେ ପ୍ରତିବନ୍ଧକ ସୃଷ୍ଟିହୋଇପାରେ, କିନ୍ତୁ କାମ ଅଟକିବ ନାହିଁ। ପରିବାରାଧିପତି ମଙ୍ଗଳ କୋଣଭାବସ୍ଥ ରହିଥିବାରୁ ପାରିବାରିକ ଜୀବନରେ ବୁଝାମଣାରେ ଉନ୍ନତି ଘଟିବା ଆଶା ରହିଛି । ଏକାଧିକ ଗ୍ରହ ସଂଯୋଗଜନିତ ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଲକ୍ଷ୍ୟ କରାଯାଇପାରେ।
କୁମ୍ଭ
କୁମ୍ଭ
ପରିସ୍ଥିତି ପ୍ରତି ଦୃଷ୍ଟିଦେଇ କାମକରି ଚାଲନ୍ତୁ ଅବଶ୍ୟ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ରାହୁଙ୍କ ଦୃଷ୍ଟିରେ ରବି ରହିଥିବାରୁ ସରକାରୀ କାମରେ ବିଶେଷ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଧନସ୍ଥାନରେ ଶନି ଅବସ୍ଥାନ କରିଥିବାରୁ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହୋଇପାରେ।
ମୀନମୀନ
ମଙ୍ଗଳଙ୍କ ଭାଗ୍ୟ ସ୍ଥାନକୁ ଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ପାରିବାରିକ କ୍ଷେତ୍ର ଭୋଗବିଳାସ ଓ ହସ ଖୁସିରେ କଟିବ। କର୍ମକ୍ଷେତ୍ରରେ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। ନିରୋଳାରେ ଅଯଥା ଗୁଡ଼ାଏ କାଳ୍ପନିକ ବିଷୟବସ୍ତୁକୁ ନେଇ ମନକୁ ଭାରାକ୍ରାନ୍ତ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.