ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

Jul 15, 2026 - 16:37
ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope
ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ବନ୍ଧୁମିଳନ ସାଙ୍ଗକୁ କର୍ମମୁଖର ରହିବେ। ପାରିବାରିକ ସଦ୍‌ଭାବ ମଧ୍ୟରେ ହସଖୁସିର ମଜା ଉଠାଇପାରନ୍ତି। ସଭାସମିତି, ନୃତ୍ୟ ସଙ୍ଗୀତ, ସେବା କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ କିନ୍ତୁ ସନ୍ତାନ ହେତୁକ କୌଣସି ସମସ୍ୟାରୁ ଚିନ୍ତିତ ରହିପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ। ଗୁରୁଜନଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଉପରିସ୍ଥଙ୍କ ଆଦେଶରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବା ସାଙ୍ଗକୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟବ୍ୟକ୍ତିମାନଙ୍କ ସାନ୍ନିଧ୍ୟରେ ଅଧିକାଂଶ ସମୟ କଟାଇବେ। ସାହିତ୍ୟ, କ୍ରୀଡା, ନୃତ୍ୟସଙ୍ଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ଯାତ୍ରା କାଳରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ ଯାହାକି ଅନର୍ଥର କାରଣ ହୋଇପାରେ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରୁ ଆଜି ଦିନଟି ସ୍ମରଣୀୟ ରହିବ। ଉଚ୍ଚବର୍ଗଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଘଟିବା ସହ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ଖୁସି ରହିବେ। କ୍ରନିକ୍‌ରୋଗ, ଋଣପରିଶୋଧ ଏବଂ ଆତ୍ମୀୟଙ୍କ ଶତ୍ରୁତା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ଇଚ୍ଛା ନ ଥିଲେ ମଧ୍ୟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ଅତ୍ୟାବଶ୍ୟକ ଜିନିଷ ଅଭାବରୁ ପାରିବାରିକ ସ୍ତରରେ ସଙ୍କଟର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ। କେତୁଙ୍କ ପ୍ରଭାବରୁ ମାନସିକ ଅଶାନ୍ତି ସତ୍ତ୍ୱେ ବାଣିଜ୍ୟ ଓ ପରିବହନରେ ମଧ୍ୟମ ଫଳ ମିଳିବ।
କନ୍ୟା
କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ହେତୁ ଉଚ୍ଚସ୍ତରରେ ପ୍ରଶଂସିତ ହେବେ। କିନ୍ତୁ ବିରକ୍ତିବୋଧଜନିତ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଗୁରତ୍ୱଦେଇ କାମ କରିବା ଭଲ ହେବ। ସାମାଜିକ ସ୍ତରରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ଶୁକ୍ର ସହ କେତୁଙ୍କ ସଂଯୋଗରୁ ପାରିବାରିକ ଜୀବନରେ ବ୍ୟତିକ୍ରମ ଦେଖାଦେବ। ସହକର୍ମୀଙ୍କ ସହଯୋଗରେ ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। କଳହ ଲାଗିଥିବା ବନ୍ଧୁଟି ସହ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଆଜି ସକାଳୁ ଧାର୍ମିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ସାମିଲ ହୋଇ ଖୁସି ହେବେ। ପୂର୍ବସ୍ଥିରୀକୃତ ଯାତ୍ରାରେ ସଫଳତା ମିଳିବା ସହ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ତଥା ପ୍ରଶାସନିକ ସ୍ତରରେ କାର୍ଯ୍ୟବ୍ୟସ୍ତତା ବହୁ ପରିମାଣରେ ବୃଦ୍ଧି ପାଇପାରେ। ଈର୍ଷାପରାୟଣ ମନୋଭାବ ପୋଷଣ କରି ପାଖ ଲୋକ ଅପପ୍ରଚାର ଚଳାଇପାରନ୍ତି ।
ଧନୁ
ଧନୁ
ଅଷ୍ଟମଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଆଜିର କାମ ସମ୍ପନ୍ନ ହେବା କଷ୍ଟକର ହେବ ଏବଂ ସ୍ବାସ୍ଥ୍ୟ ମଧ୍ୟ ଭଲ ରହି ନ ପାରେ। ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ। ଭୁଲ୍‌ ଧାରଣାରୁ କଥା କହୁ ନ ଥିବା ବନ୍ଧୁଟି ନିଜ ତରଫରୁ ମିଶିବା ସକାଶେ ଆଗେଇ ଆସିପାରନ୍ତି।
ମକର
ମକର
ପୂର୍ବ ସ୍ଥିରୀକୃତ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ସଫଳତା ହାସଲ କରିବେ। ବନ୍ଧୁବର୍ଗଙ୍କ ସ୍ନେହ, ସହାନୁଭୂତି ଲାଭ କରି ଗୌରବାନ୍ବିତ ମନେ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବା ସହ ପାରିବାରିକ କ୍ଷେତ୍ରରେ ସଦ୍‌ଭାବ ଊଣା ହେବନାହିଁ। ପ୍ରତ୍ୟୁଷଯାତ୍ରା, ଧାର୍ମିକ କାର୍ଯ୍ୟ, ବନ୍ଧୁମିଳନ ସାଙ୍ଗକୁ ହସଖୁସିର ଆସର ମଧ୍ୟ ବେଶ୍‌ ଜମିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଅନୁରୋଧରେ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇବେ। ଖାଦପେୟରେ ସତର୍କ ନ ରହିବା କାରଣରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ। ପଡ଼ୋଶୀଙ୍କ ସହାୟତାରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିପାରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ
ସାମାନ୍ୟ ସ୍ବାର୍ଥତ୍ୟାଗ ଓ ସହନଶୀଳତା କାରଣରୁ ଅନ୍ୟମାନଙ୍କୁ ଆପଣାର କରିପାରିବେ। ସାହିତ୍ୟ, ନୃତ୍ୟସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।