ରାଶିଫଳ: ଗୁରୁବାର, ଜୁନ୍ ୨୫ ତାରିଖ – Daily Horoscope

Jun 24, 2026 - 16:34
ରାଶିଫଳ: ଗୁରୁବାର, ଜୁନ୍ ୨୫  ତାରିଖ – Daily Horoscope
ମେଷ
ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସୁଧାରିବା କ୍ଷେତ୍ରରେ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ସେତେଟା ଭଲ ରହି ନ ପାରେ। ବିବାଦୀୟ ଘଟଣା ସମାଧାନ ହୋଇଯିବ। ଶୁକ୍ର କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣ ହେବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଅସହଯୋଗ ଆଜି ପାଇଁ ମୁଖ୍ୟ ସମସ୍ୟ ରୂପରେ ଦେଖାଦେବ। ଅଧିକାଂଶ ସମୟ ମାନସିକ ଅସ୍ଥିରତା ଲାଗିରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ଠିକ୍‌ ସମୀକ୍ଷା କରିପାରିବେ ନାହିଁ। ମୃଗଶିରା ନକ୍ଷତ୍ରର ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ସଫଳତା ପାଇପାରିବେ।
ମିଥୁନ
ମିଥୁନ
ଆଜି ବନ୍ଧୁଙ୍କ କାମକୁ ଅଗ୍ରାଧିକାରଭିତ୍ତିରେ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି। ସାଧାରଣ କେତେକ ବ୍ୟତିକ୍ରମ ମଧ୍ୟରେ ଅର୍ଥଲାଭ ସହ ଆଜିର ଯାତ୍ରାରେ ସଫଳତା ପାଇବେ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ବୁଧଙ୍କ ସହ ଶୁଭଗ୍ରହଙ୍କ ସମ୍ବନ୍ଧରୁ ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ହେବନାହିଁ।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ଜୀବନକୁ ରସାଣିତ କରିବ ଏବଂ କର୍ମକ୍ଷେତ୍ର ମଧ୍ୟ ସମସ୍ୟାମୁକ୍ତ ରହିବ। ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ ଠିକ୍‌ ବିଚାରଧାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାରଣ ହୋଇପାରିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପୂରଣ ହେବାରେ ଜଣେ ସହକର୍ମୀ ଆଜି ସାହାଯ୍ୟ କରିବେ।
ସି˚ହ
ସି˚ହ
ପାପଗ୍ରହଙ୍କ କୁପ୍ରଭାବରୁ ଅଧିକାଂଶ ସମୟ ଅସ୍ଥିରତା ମଧ୍ୟରେ କଟିପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଆବଶ୍ୟକ ସମୟରେ ଅପଦସ୍ତ ହୋଇପାରନ୍ତି। ପରିବାରର ପରାମର୍ଶ ନ ମାନି ମନଇଚ୍ଛା କାମ କରିବା ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହେବେ। ବନ୍ଧୁ ସମ୍ପର୍କ, କାର୍ଯ୍ୟଧାରା, ଯାତ୍ରା, ବ୍ୟବସାୟ ପ୍ରଭୃତିରେ ଅସୁବିଧା ହେବନାହିଁ।
କନ୍ୟା
ଆଜିର ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ ଯେକୌଣସି କାମରେ ହାତାଦେଲେ ମଧ୍ୟ ଆପଣ ଅସଫଳ ହେବେ ନାହିଁ। ଆପଣଙ୍କ ଅଭିଳାଷ ପୂରଣ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଆଜିର ଆନୁଷ୍ଠାନିକ କାମରେ ବନ୍ଧୁମିଳନଜନିତ ବ୍ୟକ୍ତିଗତ ସମସ୍ୟାକୁ ଭୁଲି ଯାଇପାରନ୍ତି।
ତୁଳା
ତୁଳା
ରାଶିରେ ଚନ୍ଦ୍ର ଥିବାରୁ କର୍ମକ୍ଷେତ୍ର ସାଙ୍ଗକୁ ଦୂରଯାତ୍ରା, ବାଣିଜ୍ୟ ଏବଂ ନୂତନ ବନ୍ଧୁସମ୍ପର୍କରୁ ଖୁସି ରହିବେ। ସମସ୍ୟାକୁ କେନ୍ଦ୍ରକରି ଘର ଲୋକଙ୍କ ବ୍ୟସ୍ତତାକୁ ଲକ୍ଷ୍ୟ କରି ମନ ଅଶାନ୍ତି ରହିବ। ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସୃଷ୍ଟି କରିପାରେ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇପାରନ୍ତି।
ବିଛା
ବିଛା
ଆଜିର ଶୁକ୍ରକ୍ଷେତ୍ରସ୍ଥ ଦ୍ୱାଦଶସ୍ଥ ଚନ୍ଦ୍ର ଆକସ୍ମିକ ଦୂରଯାତ୍ରା କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ମଧ୍ୟ କିୟତ୍‌ କ୍ଷଣ ମଧ୍ୟରେ ଦୂରୀଭୂତ ହୋଇଯିବ। ଅନାବଶ୍ୟକ ଖର୍ଚ୍ଚ ମନରେ ଭାବାନ୍ତର ସୃଷ୍ଟି କରବ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ।
ଧନୁ
ଧନୁ
ଶୁକ୍ରଙ୍କ ପ୍ରଭାବରେ ଆପଣଙ୍କ ଚିନ୍ତାଧାରା ବନ୍ଧୁ କିମ୍ବା ସହକର୍ମୀଙ୍କ ମନରେ ସହାନୁଭୂତି ଜାଗ୍ରତ କରାଇବ। କିନ୍ତୁ ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଜନିତ ଅନ୍ୟମନସ୍କ ରହିବା ହେତୁ ଅର୍ଥହାନି ଘଟିପାରେ। କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ମକର
ମକର
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲ ରହିବା ହେତୁ ଆପଣଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସି ରହିବାର ସୁଯୋଗ ପାଇବେ । ସଭାସମିତି, ଆନୁଷ୍ଠାନିକ କର୍ମ ତଥା ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ଶନି ଦୃଷ୍ଟ ଚତୁର୍ଥାଧିପତି ଯୋଗୁ ପାରିବାରିକ ଅସ୍ଥିରତା ଲାଗିରହିବ।
କୁମ୍ଭ
କୁମ୍ଭ
ରାଶିରେ କୌଶଳୀଗ୍ରହ ରାହୁ ଅବସ୍ଥାନ କରୁଥିବାରୁ ସମସ୍ୟା ସାଙ୍ଗରେ ଲଢ଼େଇ କରି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମୀନମୀନ
ଶନିଙ୍କ ସ୍ଥିତିରୁ ଆଳସ୍ୟ ଏବଂ ଅବହେଳାଜନିତ ସମାଲୋଚିତ ହୋଇପାରନ୍ତି। ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସାଧାରଣ ପରିଶ୍ରମରେ ଏବଂ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟା ଆପଣାଛାଏ ସୁଧୁରି ଯିବ। ସମ୍ପର୍କୀୟଙ୍କଠାରୁ ପରାମର୍ଶ ନେଇ କାମ କଲେ କାର୍ଯ୍ୟସିଦ୍ଧି ହେବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.