ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ
କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର ଦାଶ (ଜଗନ୍ନାଥ), ମାମି ମହାପାତ୍ର (ସୁଭଦ୍ରା) ଓ ରୀତାଞ୍ଜଳି ଦାଶ ଲକ୍ଷ୍ମୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିଲେ। ମା’ ଲକ୍ଷ୍ମୀ ସାଆନ୍ତାଣୀ ନନ୍ଦିଘୋଷ ରଥ ଭାଙ୍ଗି ବଡ ଦେଉଳକୁ ଫେରି ଯାଇଥିଲେ। ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀକୁ କଥା ଦେଇଥିଲେ ମୁଁ ଦଶମୀ ଦିନ ବଡ଼ ଦେଉଳକୁ ଫେରିଯିବି କହି ସାନ୍ତ୍ୱନା ଦେଇଥିଲେ।
ଏହି ପରମ୍ପରା ଅନୁଯାୟୀ, ଗ୍ରାମର ଶତାଧିକ ମହିଳା ମା’ ଲକ୍ଷ୍ମୀଙ୍କୁ ହାଣ୍ଡୋଲାରେ ବସାଇ ଗାଁ ଦାଣ୍ଡରେ ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ରଥର ହଂସ ପଟା ଭାଙ୍ଗି ଦେଇ ରୋଷରେ ବଡ ଦେଉଳକୁ ଫେରିଯାଇଥିଲେ। ଗ୍ରାମର ପ୍ରଥମ ସେବାୟତ ଅଚ୍ୟୁତ ସାହୁ, ଅରୁଣ କୁମାର ଭୋଇ, ମନବୋଧ ପ୍ରଧାନ, ରୋହିତ ସାହୁ, ଦିଲ୍ଲୀପ କୁମାର ସାହୁ, ସୁବନ ଗହିର, କର୍ଣ୍ଣ ଗହିର, ଉକ୍ତ କାର୍ଯ୍ୟକୁ ସୂଚାରୁ ରୁପେ ସମ୍ପାଦନ କରିଥଲେ। ତତ୍ସହିତ ବେଳଖଣ୍ଡି ଗ୍ରାମର ବୁଲୁ ବାରିକ ନରସିଂହ ରୂପ ସଜ୍ଜିତ କରି ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ଶେଷରେ ଜଗନ୍ନାଥ ସଂସ୍କୃତି ଉପରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର କାର୍ଯ୍ୟ କରାଯାଇ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।