ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

Jul 09, 2026 - 11:03
ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା ଏବଂ ପଥର କୁଆଁରୀ ନିମନ୍ତେ ପାହାଡ଼କୁ କାଟିବା ଦ୍ୱାରା ପ୍ରଚଣ୍ତ ଶବ୍ଦ ଯୋଗୁ ମାଙ୍କଡ଼ମାନେ ଜଙ୍ଗଲ ଛାଡି ଜନବସତି ଆଡକୁ ଚାଲି ଆସିଛନ୍ତି । ଭୋକ ମେଣ୍ଟାଇବା ପାଇଁ ମାଙ୍କଡ଼ମାନେ ଲୋକଙ୍କୁ କାମୁଡିବାକୁ ବି ପଛାଉନାଁହାନ୍ତି । ଗତକାଲି ମାଙ୍କଡ଼ କାମୁଡାରେ ହୁମା ଅଞ୍ଚଳର ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ତୁଳସୀ ରେଡି, ରୀନା ବେହେରା, ଲଳିତ ସାହୁ, ପିହୁ ସାହୁ ଓ ପ୍ରଶାନ୍ତ ପରିଡା ପ୍ରମୁଖଙ୍କୁ ମାଙ୍କଡ଼ କାମୁଡି ଆହତ କରିଥିବା ଜଣାପଡିଛି । ଏନେଇ ଭାଜପା ମଣ୍ଡଳ ସଭାପତି ତଥା ହୁମା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ବନ ବିଭାଗକୁ ଚିଠି ଲେଖିବା ପରେ ବନ ବିଭାଗର ଏକ ଟିମ ହୁମା ଅଞ୍ଚଳରେ ପହଂଚି ମାଙ୍କଡ଼ମାନଙ୍କୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏଥିସହ ସ୍ବାସ୍ଥ୍ୟ କେନ୍ଦ୍ରରେ କୁକୁର ଓ ମାଙ୍କଡ଼ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ପ୍ରଶାସନଠାରେ ଦାବି କରିଛନ୍ତି ସମିତି ସଭ୍ୟ ଧ୍ରୁବ ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।