ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି: ଟଙ୍କା ଧରି ଦୌଡୁଥିବା ବେଳେ
ତିହିଡ଼ି,୧୮।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି କରିଥିବା ଦୋକାନ କର୍ମଚାରୀଙ୍କୁ ଶୁକ୍ରବାର ତିହିଡ଼ି ପୋଲିସ ଗିରଫ କରିଛି। ଗିରଫ କର୍ମଚାରୀ ହେଲେ ବାସୁଦେବପୁର ଏନ୍ଏସି ଅଧୀନ ୧୧ନଂ. ୱାର୍ଡର ରାଜକିଶୋର ସାହୁ(୩୮)। ତାଙ୍କଠାରୁ ପୋଲିସ ୬ ଲକ୍ଷ ୫୦ ହଜାର ଟଙ୍କା ସହ ଏକ ବାଇକ୍ ଓ ନକଲି ଆଧାର କାର୍ଡ ଜବତ କରିଛି। ଗିରଫ କର୍ମଚାରୀଙ୍କୁ କୋର୍ଟଚାଲାଣ କରାଯାଇଛି।
ଲୋପାମୁଦ୍ରା ନାୟକ ସୂଚନା ଦେଇ କହିଛନ୍ତି ଯେ, ଗତ ୧୨ ତାରିଖ ଅପରାହ୍ନରେ ତିହିଡ଼ିରେ ଥିବା ଏକ ବିଦେଶୀ ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏନେଇ ଦୋକାନ ମାଲିକ ଭଦ୍ରକ ଅଞ୍ଚଳର ରାଜକୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଦୋକାନ କର୍ମଚାରୀ ବାଲେଶ୍ୱର ଜିଲା କୁରୁଡ଼ା ଅଞ୍ଚଳର ରାଜକିଶୋର ଏହି ଚୋରି କରିଥିବା ଏବଂ ଚୋରି ସମୟରେ ସିସିଟିଭି ବନ୍ଦ କରିଦେଇଥିବା ରାଜକୁମାର ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ଏକ ମାମଲା (ନଂ.୨୮୫/୨୬) ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିଲା। ପୋଲିସ ରାଜକିଶୋରଙ୍କୁ ଗିରଫ କରିବା ପରେ ତାଙ୍କ ଘର ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ସେ ବିଦେଶୀ ମଦ ଦୋକାନରେ ନକଲି ଆଧାର କାର୍ଡ ଦେଇ କାମ କରୁଥିବା ଜଣାପଡ଼ିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।