ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

Jul 22, 2026 - 23:16
ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା ଥାନା ରାଉତରାପୁର ଗ୍ରାମର ବାବାଜୀ ଦାସଙ୍କ ପୁଅ ଗୋପାଳ ଓରଫ ଅଶୋକ ଦାସଙ୍କୁ ଗିରଫ କରାଯିବା ସହ ଚୋରି ହୋଇଥିବା ମୋଟରସାଇକେଲ୍‌କୁ ଜବତ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ଘର ତଲାସୀ ସମୟରେ ଆଉ ଗୋଟିଏ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଥିବା ଥାନାଧିକାରିଣୀ କାନନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ଜୁନ୍ ୯, ୨୦୨୬ରେ ସୋସୋ ଗ୍ରାମର ରୁଦ୍ର ଜେନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ କେତେକ ଅଜଣା ଅପରାଧୀ ତାଙ୍କ ମୋଟରସାଇକେଲ୍ (ନମ୍ବର ଓଡି ୦୧ଜି ୩୩୬୪) ଚୋରି କରି ନେଇଛନ୍ତି। ଏନେଇ ଥାନାରେ ମାମଲା ନମ୍ବର ୧୧୯/୨୦୨୬ ପଞ୍ଜିକରଣ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଓରଫ ଅଶୋକ ଦାସ ପୂର୍ବରୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।