ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

Jul 26, 2026 - 14:57
ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲି ନିକଟରେ ବିରାଟକାୟ ଗଛ ଉପୁଡି ଗଣ୍ଡିଗୁଡାଠାରୁ ପାଙ୍ଗାଲି ଦେଇ ତିଲୋରୀକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗଛଟି ୧୧ କେଭି ବିଦ୍ୟୁତ୍‌ ତାର ଉପରେ ପଡ଼ିବାରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଫଳରେ ପାଙ୍ଗାଲି ଗ୍ରାମକୁ ବିଦ୍ୟୁତ ସେବା ଅଚଳ ହୋଇପଡ଼ିଛି। ଏବେ ଉକ୍ତ ବିଦ୍ୟୁତ୍‌ ତାର ଉପରେ ଗଛ ପଡ଼ିଥିବାରୁ ହଠାତ୍‌ ବିଦ୍ୟୁତ ଚାଲିଆସିବା ଭୟରେ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।

ତିଲୋରୀ ସମିତିସଭ୍ୟ ଦିଲୀପ ପ୍ରଧାନ ଏନେଇ ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ସବଷ୍ଟେଶନର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଏକାଧିକ ଥର ଫୋନ ଯୋଗେ ସୂଚନା ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ସମିତିସଭ୍ୟ ଏନେଇ ଘଟଣା ସମ୍ପର୍କରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଜଣାଇଛି ବୋଲି କହିଛନ୍ତି। ବିଦ୍ୟୁତ୍‌ ବିଭାଗ ଜରୁରୀକାଳିନ ପରିସ୍ଥିତିରେ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଲୋକଙ୍କ ଫୋନ୍‌ ଉଠାଉ ନ ଥିବା ଘଟଣାକୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।