ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର
ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆସନ୍ତା ଜୁଲାଇ ୨୦ ଏବଂ ୨୧ ଦୁଇଦିନ ଧରି ଦିଗପହଣ୍ଡି ବଜାର ଛକରେ ଏହି ମହୋତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଖେମୁଣ୍ଡି ଲୋକକଳାର ପ୍ରଚାର ପ୍ରସାର ସହ ଖେମୁଣ୍ଡି ମାଟିର ଐତିହ୍ୟକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଆଲୋଚନା ଚକ୍ର, କଳା ପ୍ରଦର୍ଶନୀ ଆଦି ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।
ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲାର ସମସ୍ତ ବିଧାୟକ ଏବଂ ବିଧାୟିକାଙ୍କୁ ନିମନ୍ତ୍ରଣ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ମଧ୍ୟ ଜଣାପଡିଛି। ମହୋତ୍ସବ ପରିଚାଳନା ପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇ ବିଧାୟକଙ୍କୁ ଏହାର ଅଧ୍ୟକ୍ଷ ରଖାଯାଇଥିବା ଜଣାପଡିଛି। ସଭାରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର,ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ, ଏଏସଆଇ ଦୀଲ୍ଲିପ ଗରଡ଼ା, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସଭାପତି ବିଶ୍ୱନାଥ ସାହୁ, ସମ୍ପାଦକ ଆଲୋକ ବିଷୋୟୀ, କାଉନସିଲର ସୁନିଲ ପଣ୍ଡା, ସନ୍ତୋଷିନୀ ବେହେରା, ଲୋକକଳା ବିଶେଷଜ୍ଞ ବିପିନ ବିହାରୀ ଦାଶ, ନାଟ୍ୟ କଳା ନିର୍ଦ୍ଦେଶକ ରବୀନ୍ଦ୍ର ଡାକୁଆ, ଆଇନଜୀବି ହରପ୍ରସାଦ ରଥ, କୁରେଶୁ ପଣ୍ଡା, କଳାକାର ରଘୁନାଥ ପାଣିଗ୍ରାହୀ, ଅରୁଣ କୁମାର ସାହୁ, ପ୍ରଭାତ ପାଢ଼ୀ,ବିଧାୟକଙ୍କ ପ୍ରତିନିଧି ନଳିନୀ ବିଷୋୟୀଙ୍କ ସମେତ ପୂର୍ତ୍ତ ଓ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily