ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

Jul 18, 2026 - 10:37
ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ ମା’ଙ୍କ ଠିକଣା ପରିବର୍ତ୍ତନ ହୋଇଯାଇଛି। ପ୍ରତେକ ବର୍ଷ ରଥଯାତ୍ରାରେ ସିମନବାଡି ପତିତପାବନ ଶ୍ରୀ ଜଗନ୍ନାଥ ମନ୍ଦିରରୁ ରଥଟଣା ଯାଇ ଉକ୍ତ ପଞ୍ଚାୟତର ଦଡିବାଡି ଭଗବତୀ ଟୁଙ୍ଗିରେ ମାଉସୀ ମା’ଙ୍କ ମଣ୍ଡପକୁ ଶ୍ରୀ ଜଗନ୍ନାଥଙ୍କ ନିଆଯାଉଥିଲା। ତେବେ କୌଣସି କାରଣରୁ ଏହାର ଠିକଣା ପରିବର୍ତ୍ତନ କରି ଦଡିବାଡି ପୁର୍ବରୁ ସିମନବାଡି ବଜାର ଛକରେ ରହିଥିବା ଦୁର୍ଗା ମଣ୍ଡପକୁ ଅସ୍ଥାୟୀ ମାଉସୀ ମା’ ମଣ୍ଡପ ଭାବେ ଚିହ୍ନଟ କରାଯାଇଛି। ସେଠାରେ ରଥରୁ ଶ୍ରୀ ଜଗନ୍ନାଥଙ୍କୁ ଅଣାଯାଇ ନୂତନ ମାଉସୀ ମା’ ମଣ୍ଡପରେ ସ୍ଥାପନ କରାଯାଇଛି। ବଜାର ଉପରେ ହୋଇଥିବାରୁ ଏଠାକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ଅଧିକା ସୁବିଧା ହୋଇଥିବା ଦାରିଙ୍ଗବାଡିର ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାକୁ ଆସି ପ୍ରତିକ୍ରିୟା ରଖିଛନ୍ତି।
ସିମନବାଡି ରଥଯାତ୍ରା ପରିଚାଳନା କମିଟିର ସଭାପତି ପ୍ରଦୀପ ସାହୁଙ୍କ ସମେତ ସମ୍ପାଦକ ଆଶୁତୋଷ ସାହୁ, ବାଥଲାମ ନାୟକ, ଅଜିତ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣି, ମହେଶ ସାହୁ, ସରୋଜ ସାହୁ, ବିଜୟ ପାତ୍ର, ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଏହାକୁ ପରିଚାଳନା କରୁଛନ୍ତି। ପୂଜକ ସତ୍ୟନାରାୟଣ ପଣ୍ଡା ଏବଂ ବିଶନାଥ ପଣ୍ଡା ଦୈନିକ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚନା କାର୍ଯ୍ୟ ସମ୍ପାଦନା କରୁଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।