ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍ ଇତିହାସରେ…
ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ଛାତି ଗର୍ବରେ ଫୁଲି ଉଠିବ। ଯଦିଓ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ଷର ପରାଜୟର ସମ୍ମୁଖୀନ ହୋଇଥିଲା, ରୋହିତ ଏବଂ ବିରାଟଙ୍କ ଯୋଡ଼ି ମ୍ୟାଚ୍ରେ ଇତିହାସ ରଚିଥିଲେ।
ଏହି ମ୍ୟାଚ୍ରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ୬୦ ରନର ଭାଗୀଦାରି ହୋଇଥିଲା। ସଂକ୍ଷିପ୍ତ କିନ୍ତୁ ଐତିହାସିକ ଭାଗିଦାରୀ ଦ୍ୱାରା ଏହି ଯୋଡ଼ି ଏମିତି ଏକ ମାଇଲଖୁଣ୍ଟରେ ପହଞ୍ଚିଛନ୍ତି, ଯାହା ଭାରତୀୟ କ୍ରିକେଟର ୯୪ ବର୍ଷର ଇତିହାସରେ କେବଳ ଦୁଇ ଯୋଡ଼ି ହାସଲ କରିଥିଲେ। ରୋହିତ ଏବଂ ବିରାଟ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ରେ ମୋଟ ୮,୦୨୮ ରନ ସଂଗ୍ରହ କରିଛନ୍ତି, ଏହି ଯାଦୁକରୀ ସଂଖ୍ୟା ଅତିକ୍ରମ କରିବାରେ ତୃତୀୟ ଏଲିଟ ଭାରତୀୟ ଯୋଡ଼ି ହୋଇଛନ୍ତି।
ଭାରତ ୧୯୩୨ ମସିହାରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲା। ତା’ପରଠାରୁ ୯୪ ବର୍ଷ ମଧ୍ୟରେ ଏହା କେବଳ ତୃତୀୟ ଘଟଣା, ଯେଉଁଠାରେ କୌଣସି ଭାରତୀୟ ଯୋଡ଼ି ଭାଗୀଦାରିରେ ୮,୦୦୦ କିମ୍ବା ତା’ଠାରୁ ଅଧିକ ରନ ସଂଗ୍ରହ କରିବାର ଗୌରବ ହାସଲ କରିଛନ୍ତି।
ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଖେଳୁଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ୧୭୧ ଇନିଂସରେ ଏକାଠି ବ୍ୟାଟିଂ କରିଛନ୍ତି। ସେମାନେ ୪୮.୯୫ ର ପ୍ରଭାବଶାଳୀ ହାରରେ ୮,୦୨୮ ରନ ସଂଗ୍ରହ କରିଛନ୍ତି। ସେମାନେ ୨୬ ଶତକୀୟ ଭାଗୀଦାରି ଏବଂ ୨୭ ଅର୍ଦ୍ଧଶତକୀୟ ଭାଗୀଦାରି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।