ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

Jul 21, 2026 - 12:08
ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର ରୋହିତ ନାମକ ଜଣେ ଯୁବକ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ମାଁ ସମଲେଇ ପ୍ରୋଜେକ୍ଟ-୨ ଅଧୀନରେ ଏହି ଫିସେରି ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ମଙ୍ଗଳବାର ସକାଳେ ଏହି ପୋଖରୀ ମଧ୍ୟରେ ରୋହିତଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ କ୍ଷେତରାଜପୁର ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ କ୍ଷେତରାଜପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାସ୍ଥିତ ଭିମସାରକୁ ପଠାଇଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଶବ ବ୍ୟବଚ୍ଛେଦ ପରେ ଯୁବକଙ୍କ ମୃତ୍ୟୁର କାରଣ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଉକ୍ତ ଫିସେରୀ ବନ୍ଧରେ ଭାସୁଥିଲା ତାହା ଜଣାପଡ଼ିବ ବୋଲି ପୋଲିସ କହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।