ଫିଫା ବିଶ୍ୱକପ୍: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ
ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା ରଖିବା ଓ ଖାଦ୍ୟ ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି।
ଏଥିଲାଗି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍ ଇଣ୍ଡିଆ(ଏନ୍ଆର୍ଏଆଇ) ପକ୍ଷରୁ ଅନୁରୋଧ କ୍ରମେ ମଙ୍ଗଳବାର, ବୁଧବାର ଓ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏକ୍ସରେ ପୋଷ୍ଟ କରିଛନ୍ତି, ଫୁଟ୍ବଲ ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ ଏବଂ ଫିଫା ବିଶ୍ୱକପ୍ ଏକ ଉତ୍ସବ, ଯାହାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍ ଇଣ୍ଡିଆର ଅନୁରୋଧ କ୍ରମେ କର୍ନାଟକ ସରକାର ବେଙ୍ଗାଲୁରୁରେ ହୋଟେଲ ଓ ରେଷ୍ଟୁରାଣ୍ଟ ସେବା ସମୟକୁ ରାତି ୧ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।