ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

Jul 13, 2026 - 19:20
ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ ମହଲାରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା DCP ଜଗମୋହନ ମୀନା କହିଛନ୍ତି।
ସୂଚନାଯୋଗ୍ୟ, ମୃତକ ଏବଂ ତାଙ୍କ ପ୍ରେମିକା ଉଭୟେ ଭୁବନେଶ୍ବରର ଏକ ଘରୋଇ ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ଘରେ କେହି ନ ଥିଲା ବେଳେ ଛାତ୍ର ଜଣଙ୍କ ଛାତ୍ରୀଙ୍କ ଘରକୁ ଆସିଥିଲେ। ଛାତ୍ରୀଙ୍କ ମା’ ଘରକୁ ଆସିଯିବାରୁ ଛାତ୍ର ଜଣଙ୍କ ଭୟଭୀତ ହୋଇଥିଲେ। ବାଥ ରୁମ୍‌ରେ ଲୁଚିଲାବେଳେ ତଳକୁ ଖସି ପ୍ରାଣ ହରାଇଥିଲେ। ଆପାର୍ଟମେଣ୍ଟର ସିସିଟିଭି ଚାଲୁ ନ ଥିବା ନେଇ ସୂଚନା ମିଳିଛି। ଯଦି ଛାତ୍ରଙ୍କ ପରିବାର କିଛି ଅଭିଯୋଗ ଆଣିଲେ ତାକୁ ଅନୁଧ୍ୟାନ କରିବୁ ବୋଲି DCP କହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।