‘ପୋଲିସ ମୋତେ ମାରିଲା…’, ଜବରଦସ୍ତି ଧାରଣାସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଅଭିଜିତ ଦୀପକେଙ୍କ ବଡ଼ ଦାବି
ନୂଆଦିଲ୍ଲୀ,୧୮।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ବଡ଼ ଦାବି କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟୱିଟର)ରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକ୍ଷୋଭକାରୀଙ୍କ ସହ ମାରପିଟ୍ କରିଛି ଏବଂ ସୋନମ ୱାଙ୍ଗଚୁକଙ୍କୁ ସେଠାରୁ ଜବରଦସ୍ତି ଉଠାଇ ନେଇଛି।
ଅଭିଜିତ ଦୀପକେ ନିଜ ପୋଷ୍ଟରେ ଲେଖିଛନ୍ତି, “ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରେ କାର୍ଯ୍ୟାନୁଷ୍ଠାନ କରୁଛି। ଲୋକଙ୍କ ସହ ମାରପିଟ୍ କରାଯାଉଛି ଏବଂ ସୋନମ ସାର୍ଙ୍କୁ ଜବରଦସ୍ତି ସେଠାରୁ ନିଆଯାଇଛି।” ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ଆହୁରି କହିଛନ୍ତି, ଦିଲ୍ଲୀ ପୋଲିସ ମତେ ମାଡ଼ ମାରିଛି ଏବଂ ପରେ ଅଟକ ରଖିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।