ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ
ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ ହିଁ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି। ଅନେକ ୟୁଜର୍ସଙ୍କ ମତରେ ଦୁହେଁ ଚୁପଚାପ ବିବାହ କରିନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅଟକଳ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଏକ ଫଟୋ ଭାଇରାଲ ହେଲା। ଏହି ଫଟୋରେ ଲୋକଙ୍କ ନଜର ମାହିକାଙ୍କ ମଥାରେ ଲାଗିଥିବା ସିନ୍ଦୂର ଉପରକୁ ଯାଇଥିଲା, ଯେଉଁଥିରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୋଜ ଦେଉଥିବାର ଦେଖାଯାଉଛନ୍ତି। ବୃଦ୍ଧା ଜଣକ ଦୁହିଁଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି।
ଏହି ଫଟୋ ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ସ ଅନୁମାନ କରିଛନ୍ତି ଯେ ଏହି ଫଟୋ କୌଣସି ବ୍ୟକ୍ତିଗତ ବିବାହ କିମ୍ବା ରୀତିନୀତି ପରର ହୋଇଥାଇପାରେ। ତେବେ ହାର୍ଦ୍ଦିକ କିମ୍ବା ମାହିକାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଆସିନାହିଁ। ଦୁହିଁଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଶେୟାର ହେବାରେ ଲାଗିଛି। ଫ୍ୟାନ୍ସଙ୍କ ମତରେ ଦୀର୍ଘ ସମୟ ଧରି ଡେଟ କରିବା ପରେ ଏବେ ଦୁହେଁ ନିଜ ସମ୍ପର୍କକୁ ପରବର୍ତ୍ତୀ ପାଦକୁ ନେଇଛନ୍ତି। ହାର୍ଦ୍ଦିକ ଏବଂ ମହିକା ଜୀବନରେ ଏକ ନୂଆ ଆରମ୍ଭ କରିଛନ୍ତି।