ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…
ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଗଞ୍ଜାମରେ ସରକାରଙ୍କ ପରିବାର ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ହାଇଆଲର୍ଟ ଜାରି କରାଯାଇଛି।
ବୁଧବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟ ଅଧିକ୍ଷକ ଡ. ଅଲେଖ ପ୍ରଧାନ କହିଛନ୍ତି , ବର୍ତ୍ତମାନ ସରକାରୀ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସତର୍କ ରହିବାକୁ ମୁଖ୍ୟ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜନ ସ୍ବାସ୍ଥ୍ୟଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ତୀବ୍ର ଶାସକ୍ରିୟା ସଂକ୍ରମଣ ବା ସାରି ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରିଯାଇଛି। ତାହା ସହିତ ଯେଉଁ ରୋଗୀଙ୍କ ଭିତରେ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ବା ଆଇ.ଏଲ.ଆଇ. ଭଳି ଲକ୍ଷଣ ଦେଖାଯାଏ ସେମାନଙ୍କ ମଧ୍ୟରୁ ଅତି କମରେ ୫% ରୋଗୀଙ୍କୁ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ଭଳି ଅତ୍ୟାବଶ୍ୟକ ସେବା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବା ନିମନ୍ତେ ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଚିଠି ଲେଖି ବିଭାଗ ଅବଗତ କରାଇଛନ୍ତି ବୋଲି ଡ. ପ୍ରଧାନ ସୂଚନା ଦେଇଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।