ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ
ଭୁବନେଶ୍ୱର,୯।୭(ପ୍ରସନଜିତ୍ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା ବଳାତ୍କାର କରିଥିବା ବେଳେ ମାଉସୀ ସହଯୋଗ କରିଥିବା ଅଭିଯୋଗ ହୋଇଛି। ପୋଲିସ ବୁଧବାର ଅଭିଯୁକ୍ତ ମଉସା ଜୟକୃଷ୍ଣ ନାୟକ ଓ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ ସେ ପାଠ ପଢ଼ିବା ପାଇଁ ଆସି ଭୁବନେଶ୍ୱରସ୍ଥିତ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । ତେବେ ଅନେକ ସମୟରେ ମଉସା ତାଙ୍କୁ ବଳାତ୍କାର କରୁଥିଲେ । ତାଙ୍କ ମାଉସୀ ଏ ସମ୍ପର୍କରେ ଜାଣିଥିଲେ ମଧ୍ୟ ପାଠ ପଢ଼ିବା ପାଇଁ ମଉସାଙ୍କ କଥାରେ ରାଜି ହେବାକୁ ପଡ଼ିବ ବୋଲି କହି ତାଙ୍କୁ ବାଧ୍ୟ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ନିର୍ଯାତନା ସହିବା ପରେ ଶେଷରେ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।