ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା
ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା ଓ ସ୍ଥାନୀୟ ଜନସାଧାରଣ ଏକଜୁଟ ହୋଇ ଧୂଷୁରୀ ଥାନା ଘେରାଉ କରିଥିଲେ।
ଧୂସୁରୀ, ଅର୍ଜୁନପୁର, ଭଟସାହି ସମେତ ପ୍ରାୟ ୪ଟି ପଞ୍ଚାୟତର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଶତାଧିକ ମହିଳା ଓ ପୁରୁଷ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ମଦ ଦୋକାନ ସ୍ଥାପନ ହେଲେ ସମାଜରେ ଅଶାନ୍ତି, ଯୁବପିଢ଼ିର ଭବିଷ୍ୟତ ଏବଂ ମହିଳାଙ୍କ ସୁରକ୍ଷା ପ୍ରତି କୁପ୍ରଭାବ ପଡ଼ିବ ବୋଲି ଲୋକମାନେ ମତ ପ୍ରକାଶ କରିଥିଲେ।
ପ୍ରତିବାଦକାରୀମାନେ ଧୂସୁରୀ ଥାନାରେ ଏକ ଦାବିପତ୍ର ପ୍ରଦାନ କରି ପ୍ରସ୍ତାବିତ ମଦ ଦୋକାନକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।