ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

Jul 28, 2026 - 13:57
ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ତରଙ୍ଗ ଆସିଥିଲା । ଜାପାନ ପାଣିପାଗ ସଂସ୍ଥା ଦ୍ୱାରା ଏହି ସୂଚନା ପ୍ରକାଶ କରାଯାଇଛି । କର୍ତ୍ତୃପକ୍ଷମାନେ ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତରିତ ହେବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଜାପାନ ସରକାର ମଧ୍ୟ ଅନେକ ପ୍ରାନ୍ତରେ ଉଚ୍ଚ ସତର୍କତା ଜାରି କରିଛନ୍ତି ।

ଜାପାନ ସରକାର ଦକ୍ଷିଣ କ୍ୟୁଶୁ ଦ୍ୱୀପରେ ଅବସ୍ଥିତ କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରାନ୍ତ ପାଇଁ ଏକ ଜରୁରୀକାଳୀନ ଭୂମିକମ୍ପ ସତର୍କତା ଜାରି କରିଛନ୍ତି। ଜାପାନୀ ଭୂକମ୍ପ ତୀବ୍ରତା ସ୍କେଲରେ ଭୂମିକମ୍ପର ସର୍ବାଧିକ ତୀବ୍ରତା ‘ସିଣ୍ଡୋ 7’ ରେକର୍ଡ କରାଯାଇଛି। ଏହା ସୂଚିତ କରେ ଯେ ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ପାଇଁ ଠିଆ ହେବା ମଧ୍ୟ କଷ୍ଟକର ଥିଲା । ଭୂମିକମ୍ପ ସମୟରେ, ଅନେକ କୋଠାଘର ଦୋହଲି ଯାଇଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିପାରି ନାହିଁ । ଭୂମିକମ୍ପ ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।