ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK
ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ ଏକ ରାଲି ସମୟରେ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଅପମାନଜନକ ଓ Double Meaning ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି ।
ତଞ୍ଜାଭୁରରେ କାବେରୀ ଜଳ ବିବାଦକୁ ନେଇ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କୁ ଟାର୍ଗେଟ୍ କରୁଥିବା ସମୟରେ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ସେତେବେଳେ ଭିଡ଼ ମଧ୍ୟରୁ କେହି ଜଣେ ଅଭିନେତ୍ରୀ ତ୍ରିଶାଙ୍କ ନାମ ଡାକିଥିଲେ। ଏହାର ଜବାବରେ ଉଦୟନିଧି ଏକ ଅଶ୍ଳୀଳ, ଡବଲ ମିନିଙ୍ଗ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସ୍ଲୋଗାନ ମଧ୍ୟରେ ଷ୍ଟାଲିନ୍ କହିଥିଲେ, “ପାଣି ଅନ୍ୟତ୍ର ପହଞ୍ଚୁକି ନ ପହଞ୍ଚୁ ତାହା ନିଶ୍ଚିତ ଭାବରେ ସେଠାରେ ପହଞ୍ଚିବ।” ତଥାପି, ସେ ତୁରନ୍ତ ହସି ସ୍ପଷ୍ଟ କଲେ ଯେ ସେ କାବେରୀ ନଦୀର ପାଣି ବିଷୟରେ କହୁଥିଲେ। ଟିଭିକେ ଏହି ବୟାନକୁ ମହିଳାଙ୍କ ପ୍ରତି ଅପମାନଜନକ ଏବଂ ଅଶାଳୀନ ବୋଲି ଦର୍ଶାଇ ଉଦୟନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।
ତାମିଲନାଡୁ ଭାଜପାର ମୁଖ୍ୟ ମୁଖପାତ୍ର ନାରାୟଣନ ତିରୁପତି ଏହି ବୟାନକୁ କଡ଼ା ନିନ୍ଦା କରିବା ସହ ଉଦୟନିଧିଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏପରି ଅଶାଳୀନ ଭାଷା କୌଣସି ସଭ୍ୟ ବ୍ୟକ୍ତି ସାର୍ବଜନୀକ ମଞ୍ଚରେ ବ୍ୟବହାର କରିପାରିବେ ନାହିଁ।ସିନେମା ଏବଂ ରାଜନୀତି ଜଗତରେ ବିଜୟ ଓ ତ୍ରିଷାଙ୍କୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଓ ଗୁଜବ ପ୍ରଚାରିତ ହୋଇଆସୁଛି, ଯାହାକୁ ନେଇ ବାରମ୍ବାର ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।